ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୪/୦୬): ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିଵାହାଲ ବ୍ଳକର ବିଟାବନ୍ଧ, ମାଲିଶିରା, ଵାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତର ୨୫୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଛି । ନିଧି ସଂସ୍ଥା ଗତ କିଛବର୍ଷ ଧରି ମୁରିଵାହାଲ୍ ବ୍ଲକରେ ସମାଜର ଅତିଗରିବ ପରିବାରଙ୍କ କଲ୍ୟାଣ ତଥା ଦୀର୍ଘଗମି ଜୀବିକା ବିକାଶ ନିମନ୍ତେ ୬ଟି ପଞ୍ଚାୟତରେ କାମ କରିଆସୁଛି।

କୋରାନା ମହାମାରୀ ଏଵଂ ତାଲା ବନ୍ଦୀ ସମୟ ରେ ବିଧବା ମହିଳା, ଭିନ୍ନକ୍ଷମ, ଦିନମଜୁରୀୟା, ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତି, ଜମିହୀନ ପରିବାର ମାନେ ଜୀବିକା ଅଭାବରୁ ବହୁତ କଷ୍ଟରେ ଜୀବନ ଯାପନ କରିଛନ୍ତି । ମହାମାରୀ ରେ ଏହି ପରିବାରଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଦ୍ୱାରା ଜରୁରୀ ଖାଦ୍ୟ ସାମଗ୍ରୀର ବିତରଣ କରାଯାଇଛି । ଏହି ରିଲିଫ୍ କାର୍ଯକ୍ରମକୁ ଓଡ଼ିଶା ଜୀବିକା ମିଶନର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧି ର କର୍ମକର୍ତ୍ତା ମାନେ ମିଳିତ ଭାବେ ସଞ୍ଚାଳନ କରୁଛନ୍ତି । ଏହି ରିଲିଫ୍ ବଣ୍ଟନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ ଯା ଦ୍ୱାରା ମୋଟ ୧୧୦୦ ପରିବାର ଉପକୃତ ହେବେ। ୦୩.୦୬.୨୧: ବିଟାବନ୍ଧ ଏବଂ ମାଲିଶିରା ପଞ୍ଚାୟତ ର ୧୨୫ ପରିବାର ମଧ୍ୟରେ ରିଲିଫ୍ ବଣ୍ଟନ ବିଟାବନ୍ଦ ସରପଞ୍ଚ ଅଗସ୍ତି ବାଗ ଓ ମାଲିଶିରା ସରପଞ୍ଚ ଦୁଲମଣି ବାଗ ବଣ୍ଟନ କରିଥିଲେ |ସେହିପରି ୦୪.୦୬.୨୧: ବାଙ୍କେଲ୍ ଏବଂ ଲେବେଡା ପଞ୍ଚାୟତ ର ୧୨୫ ପରିବାର କୁ ଲେବେଡା ସରପଞ୍ଚ ହେମସାଗର ସାହୁ ଏବଂ ପିଇଓ ସୀତାକାନ୍ତ ବେହେରା ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମକୁ ନିଧି ର କାର୍ଯ୍ୟକର୍ତ୍ତା: ଯମୁନା ସାହୁ, ତଥାଗତ ବଗର୍ତ୍ତି, ସୁମନ୍ତି ସାହୁ, ତାରାପଦ ପ୍ରଧାନ ସହଯୋଗ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: