ନିଜ ସାଙ୍ଗକୁ ଘରୁ ଡାକି ନେଇ ହତ୍ୟା କରି ବସ୍ତାରେ ଭର୍ତ୍ତି କରି ନଦୀରେ ଫିଙ୍ଗିବା ଅଭିଯୋଗ, ଗଳିତ ଯୁବକର ପରିଚୟ ପୋଲିସ କଲା ଠାବ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୨୬-୦୫) ନିଜ ସାଙ୍ଗ ମାନେ ଘରୁ ଡାକି ନେଇ ମିଳିତ ଭାବେ ହତ୍ୟା କରି ନଦୀ ରେ ଫିଙ୍ଗି ଦେଇଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ଥାନା ଅଧିକାରୀ ରଞ୍ଜନ ବାରିହା ଙ୍କ ନେତୃତ୍ୱରେ ଶବ ଉଦ୍ଧାର କରିବା ପରି ଘଟଣା ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ପଡୋଶୀ କଳାହାଣ୍ଡି ଜିଲ୍ଲାକୁ ଲାଗି ରହିଥିବା ବିନେକେଲା ପଞ୍ଚାୟତ ଅନ୍ତର୍ଗତ ଗୋଏଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଜଣେ ଯୁବକଙ୍କ ଗଳିତ ଶବ ଭାସିବା ଦେଖି ଗ୍ରାମବାସୀ ଟିଟିଲାଗଡ ପୋଲିସକୁ ସୂଚନା ଦେଇଥିଲେ ।

ଟିଟିଲାଗଡ ଥାନା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଉକ୍ତ ମୃତ ଗଳିତ ଯୁବକ କଳାହାଣ୍ଡି ଜିଲ୍ଲା କୁ ଲାଗିରହିଥିବା ମଧିଗୁଡା ଗ୍ରାମର ଜିତୁ ରଣା ବୋଲି ବୋଲି ଜଣାପଡିଥିଲା । ଉକ୍ତ ମୃତ ଯୁବକ ଙ୍କ ସହ ତାଙ୍କ ପିତା ରାଜେନ୍ଦ୍ର ରଣା ମୃତ ଯୁବକ ଜିତୁ କୁ ତାର ସାଙ୍ଗ ମାନେ ଘରୁ ଯୋଜନା ବଦ୍ଧ ଭାବେ ଡାକିନେଇ ଭୋଜି କରିବା ସହ ମାଦ ପିଏଇ ହତ୍ୟା କରି ଦେଇଛନ୍ତି ବୋଲି ଆମ ନିକଟରେ ପ୍ରକାଶ କରିଛନ୍ତି । ଉକ୍ତ ଅଭିଯୋଗ ଭିତ୍ତି କ୍ରମେ ଟିଟିଲାଗଡ ପୋଲିସ ସବ ବ୍ୟବଚ୍ଛେଦ କରିବା କୁ ପଠେଇ ଥିବା ବେଳେ ଏ ଘଟଣା ର ପ୍ରକୃତ କାରଣ କଣ ସେ ନେଇ ସାଧାରଣରେ ନା ନା ପ୍ରକାର ଚର୍ଚ୍ଚା ହେବା ସହ ସ୍ତାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତ ଯୁବକ √ ଜିତୁ କୁ ହତ୍ୟା କରି ଏକ ବସ୍ତା ରେ ଭର୍ତ୍ତି କରି ତେଲ ନଦୀ ରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉ ଥିବା ବେଳେ ଦୁର୍ଗନ୍ଧ ହେବା ରୁ ନିକଟସ୍ଥ ଲୋକେ ସନ୍ଦେହ କରି ଏ ନେଇ ତୁରନ୍ତ ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ପ୍ରକୃତ ସତ୍ୟା, ସତ୍ୟ ଉନ୍ମୋଚିତ କରିବା ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Welcome to Odisha News24

error: Content is protected !!
%d bloggers like this: