ନିଜ ଜନ୍ମଦିନରେ ପେସ୍କାର ଯୁଧିଷ୍ଠିର ପାତ୍ରଙ୍କ ଅବସର ଗ୍ରହଣ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୧/୦୬): ରାୟଗଡା ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ଗ୍ରେଡ଼-୧ପେସ୍କାର ଭାବେ କାର୍ଯ୍ୟରତ ଶ୍ରୀ ଯୁଧିଷ୍ଠିର ପାତ୍ର ଆଜି ତା ୩୧.୫.୨୦୨୧ ଦିନ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।

ଶ୍ରୀ ପାତ୍ର ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜ ଜନ୍ମ ଦିବସରେ ଅବସର ଗ୍ରହଣ କରିଥିଲେ । ଜିଲ୍ଲା ଅଫିସରେ ଏକ ନିରାଡ଼ମ୍ବର ଉତ୍ସବରେ କରୋନା କଟକଣା ମଧ୍ୟରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ନିମାଇଁ ଚରଣ ବିଶ୍ବାଳ (ମୁଖ୍ୟ କିରାଣୀ) ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପରିବାର ଅଦାଲତର ମୁଖ୍ୟ କିରାଣୀ ତଥା ତାଙ୍କ ସହକର୍ମୀ ଶ୍ରୀ ହରିହର ଶତପଥୀ ତଥା ଅନ୍ୟାନ୍ୟ କର୍ମଚାରୀ ଶ୍ରୀ ପାତ୍ରଙ୍କ ଅବସରକାଳୀନ ଜୀବନ ଆନନ୍ଦମୟ ହେବା କାମନା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: