ନିଜର ପ୍ରେମିକ ସହ ସ୍ୱାମୀ ଓ ଦୁଇ ସନ୍ତାନକୁ ଛାଡି ଫେରାର, ଶେଷରେ ଥାନାରେ ସ୍ୱାମୀଙ୍କ ଆଗରେ ପୋଲିସ କରାଇଲା ବିବାହ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୨-୦୬): ନିଜ ପ୍ରେମିକ ସହ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳ ରେ ରହୁଥିବା ଏହି ମହିଳା ଜଣଙ୍କ ନିଜ ପରିବାର ସହିତ ରହିଆସୁଥିଲେ । ହେଲେ ବିବାହିତା ମହିଳା ଜଣଙ୍କ ତାଙ୍କ ର ଦୁଇ ଜଣ ଶିଶୁପୁତ୍ର ଥାଇ ସୁଦ୍ଧା,ତାଙ୍କର ଜଣେ ୨୨ ବର୍ଷର ଯୁବକ ସହିତ ଗଢିଉଠିଥିଲା ପ୍ରେମ ର ସମ୍ପର୍କ । ଆଉ ଏହି ସମ୍ପର୍କ ଏଭଳି ଗଢ଼ି ଉଠିଲା ଯେ, ୩୩ ବର୍ଷିୟା ଏହି ମହିଳା ଜଣଙ୍କ ନିଜର ପରିବାରର ସ୍ୱାମୀ ପିଲାଙ୍କୁ ଛାଡି ପ୍ରେମୀକ ର କଥାରେ ଏକ ନୂତନ ଦୁନିଆ ସହ ଭବିଷ୍ୟତ ର ସ୍ୱପ୍ନ ଦେଖିଥିଲେ । ହେଲେ ଏସବୁ ଘଟୁଥିଲା ସ୍ୱାମୀ ଙ୍କ ଅଜାଣତ ରେ, କିନ୍ତୁ ଯୁବକ ଜଣକ ଏଭଳି ପ୍ରଲୋଭନ ଦେଖାଇ ଦେଲେ,ଯେ ମହିଳା ଯୁବକ ସହିତ ଦୁହେଁ ଫେରାର ହୋଇ ଯାଇଥିଲେ ।

ଜଣେ ୩୩ ବର୍ଷୀୟା ମହିଳା ନିଜ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଜଣେ ଯୁବକଙ୍କ ସହିତ ଫେରାର ହୋଇଯିବା ଓ ପରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ବିବାହ କରାଇବା ଘଟଣା ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ମହିଳାଙ୍କୁ ୩୩ ବର୍ଷ ହୋଇଥିବା ବେଳେ ୫ ବର୍ଷ ତଳେ ତାଙ୍କର ବାହା ହୋଇଥିବା ଓ ତାଙ୍କ ର ଦୁଇ ଜଣ ଶିଶୁପୁତ୍ର ଅଛନ୍ତି । ଜଣଙ୍କୁ ଚାରି ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ଦେଢ଼ ବର୍ଷ ହୋଇଛି । ହେଲେ ସେ ପଡ଼ିଶା ଘର ର ଜଣେ ଯୁବକ ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ଉକ୍ତ ଯୁବକଙ୍କୁ ୨୨ ବର୍ଷ ହୋଇଛି। ଲୁଚାଛପାରେ ସେମାନଙ୍କ ପ୍ରେମ ସଂପର୍କ ଆଗକୁ ବଢ଼ି ଚାଲିଥିଲା। ଶେଷରେ ମାସେ ତଳେ ମହିଳା ଜଣଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଉକ୍ତ ଯୁବକଙ୍କ ସହିତ ଘରୁ ପଳାଇଥିଲେ।

ମହିଳା ଜଣଙ୍କ ଘରୁ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ମଧ୍ୟ ତାଙ୍କୁ ଖୋଜାଖୋଜି କରିଥିଲା। ଶେଷରେ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ରାଜ୍ୟ ବାହାରୁ ଖୋଜି ପୋଲିସ ଠାବ କରିଥିଲା । କିନ୍ତୁ ମହିଳା ଜଣଙ୍କ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏପରିକି ମହିଳାଙ୍କ ବାପଘର ଲୋକେ ବି ତାଙ୍କୁ ଘରେ ପୂରାଇ ଦେଇ ନ ଥିଲେ ଓ ସମ୍ପର୍କ ଛିନ୍ନ କରିଥିଲେ । ଶେଷରେ ପୋଲିସ ତାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିଲା। ତେବେ ସେଠାରେ ସେ ଅବସାଦ ସହ ମାନସିକ ଚାପ ରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା, ତେଣୁ ପୋଲିସ ସମାଧାନର ବାଟ ଖୋଜିଥିଲା। ଆଉ ଶେଷରେ ତାଙ୍କୁ ତାଙ୍କ ପ୍ରେମିକଙ୍କ ସହ ବାହା କରାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହୋଇଥିଲେ। ତାଙ୍କ ଦୁଇ ସନ୍ତାନ ବର୍ତ୍ତମାନ ଏବେ ସେମାନଙ୍କ ବାପାଙ୍କ ପାଖରେ ରହୁଛନ୍ତି ।

Welcome to Odisha News24

error: Content is protected !!
%d bloggers like this: