ନିଜକୁ ମିଷ୍ଟର ଇଣ୍ଡିଆ ଭାବେ ପରିଚିତ କରିବା ଆଶା ରଖିଥିବା ମିଷ୍ଟର ଓଡିଶା ହତ୍ୟା ଅଭିଯୋଗରେ ଗିରଫ,ଗଳିତ ମୃତ ଦେହ ଉଦ୍ଧାର ତଦନ୍ତ ଜାରି

ରିପୋର୍ଟ: ସୁଶାନ୍ତ ନାୟକ //
ବଲାଙ୍ଗୀର/ଟିଟିଲାଗଡ ତା୩୧-୦୫): ଓଡ଼ିଶା ପାଇଁ ଗୌରବ ସାଜିଥିବା ଜଣେ ପ୍ରତିଭା ଧାରୀ ଯୁବକ ଯିଏ କି ମିଷ୍ଟର ଇଣ୍ଡିଆ ପାଇଁ ନିଜ ପ୍ରୟାସ ଜାରି ରଖି ମିଷ୍ଟର ଓଡ଼ିଶା ରୂପେ ଖ୍ୟାତଲାଭ କରିଥିବା ବେଳେ ନିଜ ଜଣେ ସାଙ୍ଗ କୁ ଘରୁ ଡାକିନେଇ ଯୋଜନା ବଧ ଭାବେ ଅନ୍ୟ ସହଯୋଗୀ ଙ୍କ ସହ ମିଶି ହତ୍ୟା କରି ମାଟିରେ ପୋତି ଦେବା ଅଭିଯୋଗ ରେ ପୋଲିସ ଗିରଫ କରିଥିବା ନେଇ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁଯାୟୀ, ଟିଟିଲାଗଡ ଦେଉବନ୍ଧ ପଡା ନିଵାସୀ ଗୋବର୍ଦ୍ଧନ କାଣ୍ଡ ଙ୍କ ପୁଅ ଉମାକାନ୍ତ କାଣ୍ଡ(ବ-୨୨) କୁ ଗତ ୩ ତାରିଖ ଦିନ ତାର ସାଙ୍ଗ ରୁମାନ ବଗର୍ତ୍ତି ଫୋନ ଯୋଗେ ତାର ବଡ଼ ଭଉଣୀ ଙ୍କ ମ୍ୟାଡ଼ିକାଲ କାମ ଅଛି ଏଣୁ ରାୟଗଡା ଯିବ ବୋଲି ସେ ଘରେ କହିଥିଲା । ତା ପରଦିନ ତା୦୩-୦୫-୨୧ରିଖ ଦିନ ଉକ୍ତ ରୁମାନ ଉମାକାନ୍ତ ଙ୍କ ଘରକୁ ଆସି ଡାକିନେଇ ଯାଇଥିଲା । ଉମାକାନ୍ତ ଓ ରୁମାନ ମିଶି ରାୟଗଡା ଯାଇ ତାର ନାନୀ ଘରେ ଖାଇ ଥିଲେ । ହେଲେ ସନ୍ଧ୍ୟା ପ୍ରାୟ ଚାରିଟା ବେଳକୁ ଦୁହେଁ କେଉଁଆଡ଼େ ଚାଲିଯାଇଥିଲେ ବୋଲି ଉକ୍ତ ରୁମାନ ର ନାନୀ ଘରୁ ସୂଚନା ମିଳିଛି । ଉକ୍ତ ଦିନ ରୁ ଉମାକାନ୍ତ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଯାହା କି ରୁମାନ ଗତ ତା୦୬-୦୫-୨୧ରିଖ ଦିନ ନିଜ ସିରଭଟା ପଡା ସ୍ଥିତ ବାସଭବନ କୁ ଫେରି ଆସିଥିବା ଜାଣି ତଥା ଉମାକାନ୍ତ ର ମୋବାଇଲ ଫୋନ ବନ୍ଦ ଥିବା ରୁ ପରିବାର ଲୋକେ ରୁମାନ କୁ ଯାଇ ପଚାରିଥିବା ବେଳେ ସେ ଉକ୍ତ ଦିନ ସନ୍ଧ୍ୟା ଠାରୁ କେଉଁ ଆଡେ ଗଲା କିଛି ଜାଣି ନ ଥିବା କହିଥିଲା । ପରେ ପରିବାର ଲୋକେ ଅନେକ ଖୋଜା ଖୋଜି କରି କିଛି ସୂଚନା ନ ପାଇ ଗତ ତା୧୧-୦୫-୨୦୨୧ ରିଖ ଦିନ ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏସ ଆଇ ସାବିତ୍ରୀ ଖାଖା ମାମଲା ସଂଖ୍ୟା,୪୦/୨୧ ଅନୁଯାୟୀ ଏକ କେଶ ରୁଜ୍ଜୁ କରି ଥିଲେ । ପୋଲିସ ରୁମାନ କୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କ୍ରମେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରି ରାୟଗଡ଼ା ଜିଲ୍ଲା ଥେରୁବାଲି କୁ ଗତ ୨୮ ତାରିଖ ଦିନ ଟିଟିଲାଗଡ ଥାନା ଅଧିକାରୀ ରଂଞ୍ଜନ ବାରିହା ଙ୍କ ନିର୍ଦେଶକ୍ରମେ ପୁଲିସ ଏସ ଆଇ ସାବିତ୍ରୀ ଖାଖା ଙ୍କ ନେତୃତ୍ୱରେ ଏ ଏସ ଆଇ ଧର୍ମେନ୍ଦ୍ର ମାଝୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉକ୍ତ ରୁମାନ କୁ ନେଇ ରାୟଗଡା ଯାଇ ଥିଲେ । ପୋଲିସ ଟିମ ସହ ନିଖୋଜ ଉମାକାନ୍ତ ଙ୍କ ବାପା ଗୋବର୍ଦ୍ଧନ କାଣ୍ଡ ଓ ତାଙ୍କ ବଡ଼ପୁଅ ପହଞ୍ଚି ଥିଲେ ।

ଉକ୍ତ ରାୟଗଡ଼ା ରେ ସବିଶେଷ ତଦନ୍ତ କରି ରୁମାନ ତାର ଅନ୍ୟ ଦୁଇ ଜଣ ସମ୍ପର୍କୀୟ ଭାଇ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ ଙ୍କ ସହ ମିଶି ଉମାକାନ୍ତ କୁ ହତ୍ୟା କରି ଥେରୁବାଲି ଥାନା ଅନ୍ତର୍ଗତ ନିକଟସ୍ଥ ପାଇକ ପଡ଼ା ର ଏକ ନାଲ ନିକଟରେ ହତ୍ୟା କରି ମାଟିରେ ପୋତି ଦେଇଥିବା ଜଣାଯାଇଥିଲା । ଅଭିଯୁକ୍ତ ରୁମାନ ଓ ଅନ୍ୟ ଦୁଇ ଜଣ ଙ୍କୁ ପୋଲିସ ଉକ୍ତ ସ୍ଥାନକୁ ନେଇ ଗଳିତ ସବ ଉଦ୍ଧାର କରାଯାଇଛି । ଉକ୍ତ ସବ କୁ ପୋଲିସ ଗତ ୩୦ ତାରିଖରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ଉକ୍ତ ମୃତ ଉମାକାନ୍ତ କୁ କାହିଁକି ଓ କେଉଁ କାରଣରୁ ହତ୍ୟା କଲେ ସେ ନେଇ କିଛି ସବିଶେଷ ସୂଚନା ମିଳି ପାରିନାହିଁ । ତଦନ୍ତ ଚାଲିଥିବା ଓ ଉକ୍ତ ରାୟଗଡା ତଥା ଥେରୁବାଲି ପୋଲିସ ତରଫରୁ ଟିଟିଲାଗଡ ଥାନା ପରି ସ୍ୱତନ୍ତ୍ର ମାମଲା ରୁଜ୍ଜୁ କରାଯାଇଛି କି ନାହିଁ ବର୍ତ୍ତମାନ ସୁଦ୍ଧା ସଠିକ ଖବର ଫୋନ ଯୋଗେ ଜଣାପଡି ପାରି ନାହିଁ ।ପ୍ରକାଶ ଯୋଗ୍ୟ ଯେ, ଉକ୍ତ ରୋମାନ ବଡି ବିଲ୍ଡିଂଗ କ୍ଷେତ୍ରରେ ମିଷ୍ଟର ଓଡ଼ିଶା ଭାବେ ସମ୍ମାନିତ ହୋଇ ଓଡିଶା ରେ ବେଶ ପରିଚିତ ହୋଇ ମିଷ୍ଟର ଇଣ୍ଡିଆ ହେବା ପାଇଁ ଆଶା ରଖିଥିଲେ । ତେବେ ପ୍ରକୃତ ରହସ୍ୟ କଣ ? ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅଭିଯୁକ୍ତ ଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ମୃତ ଉମାକାନ୍ତ ଙ୍କ ପରିବାର ଲୋକେ ଆମ ନିକଟରେ ପ୍ରକାଶ କରିଛନ୍ତି । ଏକ ଗାଡି ଭଡ଼ା କରି ଉମାକାନ୍ତ ଙ୍କ ପରିବାର ଲୋକେ ଥେରୁବାଲି କୁ ଯାଇ ସେଠି ତାଙ୍କ ଶବ କ୍ରିୟାକର୍ମ କରି ଫେରିବେ ବୋଲି କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: