ନିଆ ଲାଗି ମାଣ୍ଡିଆ ଗଦା ନଷ୍ଟ,ସରକାରୀ ସହାୟତା ପାଇଁ ଦାବି

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ ୧୯/୦୧/୨୧): ନିଆ ଲାଗି ଦୁଇ ଏକର ଜମିରେ ଚାଷ କରାଯାଇଥିବା ମାଣ୍ଡିଆ ନଷ୍ଟ ହୋଇଯାଇଛି। କ୍ଷୟ କ୍ଷତି ର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣ ନିବେଦନ କରିଛନ୍ତି।

ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ଗ୍ରାମରେ।ଗଡ଼ିହଞ୍ଜର ଗ୍ରାମର ଲକ୍ଷ୍ମଣ ବଡ଼ନାୟକ ଦୁଇ ଏକର ଜମିରେ ମାଣ୍ଡିଆ ଚାଷ କରିଥିଲେ ଓ ଅମଳ ସମୟ ହେବାରୁ ମାଣ୍ଡିଆ କାଟି ଖଳାରେ ଗଦା କରିଥିଲେ।କିନ୍ତୁ ଆଜି ସକାଳେ କୌଣସି କାରଣ ରୁ ହଟାତ୍ ନିଆ ଲାଗି ଯାଇ ଥିଲା।ପରେ ଖବର ପାଇ ଦମକଳ ବାହିନୀ ଗ୍ରାମବାସୀ ଙ୍କ ସହାୟତା ରେ ନିଆକୁ ଆୟତ କରିଥିଲେ।ନିଆ ଲାଗିବା କାରଣ ଜଣା ପଡ଼ିନାହିଁ। କିନ୍ତୁ ନିଆ ଲିଭାଇବା ବେଳକୁ ସମ୍ପୂର୍ଣ୍ଣ ଭାବରେ ମାଣ୍ଡିଆ ନଷ୍ଟ ହୋଇ ସାରିଥିଲା।ନଷ୍ଟ ହୋଇ ଥିବା ମାଣ୍ଡିଆ ର ଆନୁମାନିକ ୮ କୁଇଣ୍ଟାଲ ହେବ ବୋଲି ଜଣା ପଡ଼ିଛି।ଯାହାକି ବର୍ତ୍ତମାନ ବଜାରରେ ସରକାରୀ ଦର ରେ ୩୦ହଜାର ଟଙ୍କା ହେବ।ସମସ୍ତ କ୍ଷୟ କ୍ଷତି ର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: