ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କଲେ ସମାଜସେବୀ ରାଓ ଦମ୍ପତ୍ତି

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୋନପୁର (୨୩/୦୫): ନିଆରା ଢଙ୍ଗରେ ନିଜର ୧୯ ତମ ବିବାହ ବାର୍ଷିକୀ ପାଳିଲେ ସୁବର୍ଣ୍ଣପୁର ସହର ଢେରାପଡ଼ାର ରାଓ ଦମ୍ପତି । ଆଜିର ଏହି ଆଧୁନିକ ଯୁଗରେ ଆମ ଯୁବ ସମାଜ ବିବାହ ବିର୍ଷିକୀ କେକ୍ କାଟୁଛନ୍ତି ତ ଆଉ କିଏ ଘରେ ପରିବାର ସହିତ ପାର୍ଟି ମନାଉଛିନ୍ତି ।

କିନ୍ତୁ ଏହି ଯୁବ ସମାଜ ଭିତରୁ ଯୁବ ସମାଜସେବୀ ତଥା ଯୁବ ବ୍ୟବସାୟୀ ବି. ସତ୍ୟ ନାରାୟଣ ରାଓ ତାଙ୍କ ଧର୍ମପତ୍ନୀ ବି.ସୁବଦ୍ରା ଏକ ନିଆରା ମନ ଭାବରେ ନିଜର ବିବାହ ବାର୍ଷିକୀ ଦିନ ପାଳନ କରିଛନ୍ତି । ନିଜର ଏହି ଖାସ ଦିନଟିରେ ସୋନପୁର ସହର ଉପକଣ୍ଠରେ ଥିବା କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବିତାଇଛନ୍ତି । ଅନ୍ତେବାସୀଙ୍କୁ ଵସ୍ତ୍ର, ଖାଦ୍ୟ ,ଫଳ ,ମାସ୍କ ବାଣ୍ଟି ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଖାଲି ବିବାହ ବାର୍ଷିକି ଦିନ ନୁହେଁ ଏମିତି କି ପ୍ରତ୍ୟକ ପର୍ବପର୍ବାଣି ହେଉ କି ଖାଲି ଦିନରେ ମଧ୍ୟ ଏହି ରାଓ ଦମ୍ପତି ନିଜର ମୂଲ୍ୟବାନ ସମୟକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି । ରାଓ ଦମ୍ପତି ଏହି ଉଦ୍ୟମ ସବୁ ସ୍ତରରେ ପ୍ରସଂଶା କରାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: