ସାଧାରଣ ଜନତାଙ୍କ ସ୍ୱର

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆଖୁ ନଷ୍ଟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୬/୦୩): ୬ ଏକର ଆଖୁ ବାଡ଼ରେ ନିଆଁ ଲାଗି ପୋଡି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି।

ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ତୁରିଂଜାଗୁଡା ଗାଁରେ ନରେନ୍ଦ୍ର ପାତ୍ର ଓ ସୁଭଶ୍ରୀତ ପାତ୍ରଙ୍କ ଆଖୁ ବାଡ଼ରେ ହଠାତ ନିଆଁ ଲାଗିଯାଇଥିଲା,ଏହା ଫଳରେ ନରେନ୍ଦ୍ରଙ୍କ ଦୁଇ ଏକର ଆଖୁ ବାଡ଼ ଓ ସୁଭଶ୍ରୀତଙ୍କ ୪ ଏକର ଆଖୁ ବାଡ଼ ଦେଖୁଦେଖୁ ଜଳି ପୋଡି ପାଉଁଶ ହୋଇଯାଇଥିଲା। ତୁରନ୍ତ ନବରଙ୍ଗପୁର ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚିଲା ବେଳକୁ ଦୁଇ ଚାଷୀଙ୍କ ୬ ଏକର ସମ୍ପୁର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବିଭାଗର ପ୍ରୟାସରେ ଅଧିକା ଫସଲ ନଷ୍ଟ ହେବାରୁ ବଞ୍ଚିଗଲା।ଦୁଇ ଚାଷୀଙ୍କ ୪ ଲକ୍ଷରୁ ଅଧିକ ଟଙ୍କା ନଷ୍ଟ ହୋଇଯାଇଛି।

Welcome to Odisha News24

%d bloggers like this: