ନାଳ ରୁ ରକ୍ତ ଜୁଡ଼ୁ ବୁଡୁ ଯୁବକର ମୃତ ଦେହ ଉଦ୍ଧାର,ମିଳିପାରିନି ଯୁବକର ପରିଚୟ

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗିର/ବଡ଼ମାଲ,ତା୨୬-୦୫): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଲା ନିକଟସ୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ମାଲ ଗୋଳା ବାରୁଦ କାରଖାନା ନିକଟରେ ଥିବା ବଡ଼ମାଲ ଫାଣ୍ଡି ବର ଗାଁ ଛକ ଦେଇ ଯାଇଥିବା ନିକଟସ୍ଥ ରେଲୱେ ଲାଇନ କଡରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ଉକ୍ତ ବଡ଼ମାଲ ରେଳ ଷ୍ଟେସନ ରୁ କିଛି ଦୂର ସ୍ଥତ ଏକ ନାଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳି ନଥିବା ପୋଲିସ ତରଫରୁ ସୂଚନା ମିଳିଛି । ତେବେ କେହି ହତ୍ୟା କରି ପକେଇ ଦେଇଥିବା ସନ୍ଦେହ ପ୍ରକାଶ ପାଇଛି । ଉକ୍ତ ଯୁବକ ର ବର୍ତ୍ତମାନ ସୁଦ୍ଧା କିଛି ପରିଚୟ ମିଳି ପରି ନ ଥିବା ବେଳେ ଏ ନେଇ ତାହାର କାରଣ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଇଛି ।

Welcome to Odisha News24

error: Content is protected !!
%d bloggers like this: