ନାବାର୍ଡ ଓ ସେବା ପକ୍ଷରୁ ଏସଏଚ ଜି ମହିଳା ମାନଙ୍କୁ ୨୧ ଦିନିଆ କ୍ଷୁଦ୍ର ଶିଳ୍ପ ପେପର ବ୍ୟାଗ ତିଆରି ଉପରେ ତାଲିମ କାର୍ଯ୍ୟକ୍ରମ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୧୩/୦୪): ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ମହକୁମା ରାଜୀବ ଭବନ ଠାରେ ସେବା ତରଫରୁ ୨୧ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ତା ୨୨/୦୩/୨୧ ରୁ ଆରମ୍ଭ ହୋଇ ତା ୧୨/୦୪/୨୧ ପର୍ଯ୍ୟନ୍ତ ତାଲିମ ଦିଆଯାଇଥିଲା | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମୁରିବାହାଲ ସିଡିପିଓ ସରସୀ ପଣ୍ଡା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ଭଗବାନ ମହାନ୍ତି ଯୋଗଦେଇ ତାଲିମ ପାଇଥିବା ମହିଳା ମାନଙ୍କୁ ଉତ୍ସାହିତ କରିବା ସହ କୋଭିଡ ବିଷୟରେ ମୁଖ୍ୟ ଅତିଥି ସଚେତନତା ବାର୍ତ୍ତା ଦେଇଥିଲେ|

ପଲିଥିନ ବଦଳରେ କାଗଜ ବ୍ୟାଗ ତିଆରି କରିବା ମହତ କାମ ଏହା ଦ୍ୱାରା ପର୍ଯାବରଣ ସ୍ୱଚ୍ଛ ରହିବ ଏସଏସଜି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ | ଅତିଥି ବୃନ୍ଦ ତାଲିମ ପାଇଥିବା ମହିଳା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ |ସରକାର 2020ରେ ପଲିଥିନ ବନ୍ଦ ଉଠାଇଥିଲେ ଏହି ସମୟରେ ଶ୍ରୀ ତାଣ୍ଡି ନାବାର୍ଡ କୁ ସେବା ଅନୁଷ୍ଠାନ ତରଫରୁ ପଲିଥିନ ବନ୍ଦ ହେଲେ ଆଗାମୀ ଦିନରେ ସମସ୍ତ ହିତାଧିକାରୀ କଣ ସବୁ ସାମଗ୍ରୀ ବ୍ୟବହାର କରିବେ ତାହା ଉପରେ ସେବା ଅନୁଷ୍ଠାନ ତରଫରୁ ପେପର ବ୍ୟାଗ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ପ୍ରସ୍ତାବ କୁ ନାବାର୍ଡ ସ୍ୱୀକୃତି ଦେଇଥିଲା|ଏହା ଦ୍ୱାରା ମହିଳା ମାନେ ଘରେ ବସି ରୋଜଗାର କରିପାରିବେ ବୋଲି ମତ ରଖିଥିଲେ|

ପ୍ରଥମ ବ୍ୟାଚ ପ୍ରଶିକ୍ଷଣ ରେ ୩ ଗୋଟି ଗାଁ ର ଏସଏସଜି ଘଣ୍ଟବାହାଲ ଲକ୍ଷ୍ମୀ ନାରାୟଣୀ, ବିଟାବନ୍ଦ ମାଆ ଲକ୍ଷ୍ମୀସୀତା ଓ ହଳଦୀ ମାଆ ମଙ୍ଗଳା କୁ ନେଇ ୫୦% ପରସେଣ୍ଟ କୁ ନେଇ ୩ ବେଚ ରେ ୭ ଦିନ ଲେଖାଏଁ ୩୦ ଜଣ ଏସଏସଜି ଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା|ସମୁଦାୟ ୯୦ ଜଣ (ନବେ) ମହିଳାଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା| କୋଭିଡ-୧୯ କୁ ଆଖି ଆଗରେ ରଖି ଏହି ପ୍ରଶିକ୍ଷଣ ଦିଆଯାଇଥିଲା|ଟ୍ରେନର ଭାବରେ ଜ୍ୟୋତିର୍ମୟୀ ବାଗ, ପାନପତ୍ରୀ ଲୁହା ଓ ସ୍ମିତା ସିନ୍ଦୁର ଥିବାବେଳେ ସିଆରପି ପ୍ରମିଳା ବିଭାର ଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: