ନଳକୂପ ମରାମତି ପାଇଁ ଗ୍ରାମବାସୀଙ୍କ ଅଭିଯୋଗ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୦୬/୦୫): ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ବିରିଗଡ଼ ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି | ଗ୍ରୀଷ୍ମ ପ୍ରଭାବରେ ବନ୍ଧ ଗଡିଆ ଶୁଖିଯିବା ଫଳରେ ଗ୍ରାମ ଲୋକେ ଗୁଣ୍ଡ ମିଶା ନାଲି ରଙ୍ଗର ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି |

ସୂଚନାନୁଯାଇ ଗ୍ରାମରେ ଦୁଇଟି ନଳକୂପ ଅଛି କିନ୍ତୁ ଗୋଟିଏ ୬ ମାସ ହେଲାଣି ଅଚଳ ଅବସ୍ଥାରେ ପଡ଼ିଥିବା ବେଳେ ଅନ୍ୟଟି ଗୁଣ୍ଡ ମିଶା ନାଲି ରଙ୍ଗର ପାଣି ବାହାରୁଛି | ପଞ୍ଚାୟତ ଅଧିକାରୀ ଙ୍କୁ ବାରବାର ଅଭିଯୋଗ ପରେ ବି ନଳକୂପ ସଜଡା ହୋଇପାରୁନି | ଏଣୁ ପ୍ରଶାସନକୁ ଗ୍ରାମବାସୀଙ୍କ ଅଭିଯୋଗ ଯଥାଶୀଘ୍ର ନଳକୂପକୁ ସଜାଡି ଏହି ଜଳ ସଙ୍କଟରୁ ମୁକ୍ତି ଦିଅନ୍ତୁ |

Welcome to Odisha News24

error: Content is protected !!
%d bloggers like this: