ନବରଙ୍ଗପୁର ପୋଲିସ ପକ୍ଷରୁ ଜୁଆଆଡ୍ଡା ଉପରେ ଚଢ଼ାଉ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୦୧): ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱବାଧାନରେ ଗତ କାଲି ବିଳମ୍ବିତ ରାତ୍ରରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି ।

ନବରଙ୍ଗପୁର ସ୍ଥାନୀୟ ଇଚ୍ଛାବତୀ ଗୁଡା ଠାରେ ଜୁଆ ଖେଳ ଚାଲୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ କରି ୯ଟି ବାଇକ, ୯ଟି ମୋବାଇଲ ଫୋନ, କିଛି ତାଶ ପକେଟ, ୩୨ ହଜାର ଟଙ୍କା ସହିତ ୧୧ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି । କେସ ନମ୍ବର ୨୫/୨୦୨୧ ରେ ଦାୟର କରି ସେମାନଙ୍କୁ ନୋଟିସ କରାଯାଇଛି । ଏହି ଚଢ଼ାଉ ସମୟରେ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ଅତିରିକ୍ତ ଏସପି ସିଏଚ ହୃଦାନନ୍ଦ, ଏ ଏସ ଆଇ ହାଲବା , ଅଶୋକ କୁମାର ଦେଓ ଏବଂ ୮ଜଣରୁ ଅଧିକ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: