ନବରଙ୍ଗପୁର ଡିଏଲଏସଏ ସମ୍ପାଦକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୭/୦୬): ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରାଙ୍କ ବଦଳି ପରେ ଆଇନ ଜୀବୀ ସଙ୍ଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରବିବାର ଦିନ ଅପରାହ୍ନରେ ସଂଘର ଏକ ପ୍ରତିନିଧି ଦଳ ଶ୍ରୀ ବେହେରାଙ୍କ ବାସଭବନରେ ଭେଟି ଏକ ସ୍ମାରକୀ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରିଥିଲେ।

ଶ୍ରୀ ବେହେରା ଉପଢୌକନ ଗ୍ରହଣ କରିବା ଅବସରରେ ନବରଙ୍ଗପୁର ଜିଲ୍ଲା ଓ ବାର ତାଙ୍କ ପାଇଁ ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ଶ୍ରୀ ବେହେରା ଯାଜପୁର ଜିଲ୍ଲା ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଭାବେ ସ୍ଥାନାନ୍ତର ହୋଇଛନ୍ତି। ଶ୍ରୀ ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଜିଲ୍ଲା ଆଇନଜୀବୀ ସଂଘ ସଭାପତି ଶ୍ରୀ ଆଶିଷ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟ କାରିଣୀ ସଦସ୍ୟା ମିନାକ୍ଷୀ ପାଢୀ, ସଦସ୍ୟ ଏ .ସତିଶ , ପ୍ରଦୀପ ସାହୁ, ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଆଇନଜୀବୀ ଦେବୀ ପ୍ରସାଦ ସିଂ ଓ କିଶୋର କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ।

Welcome to Odisha News24

error: Content is protected !!
%d bloggers like this: