ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୫/୦୩): ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଵାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ନବରଂଗପୁର ମାଝିଗୁଡ଼ା ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ନବରଙ୍ଗପୁର ଜିଲ୍ଲା ବିଜେଡିର ସବୁ ସଭ୍ୟମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏଥିସହ ବିକଶିତ ଓଡ଼ିଶା ଗଠନରେ ସ୍ୱର୍ଗତ ବିଜୁ ବାବୁଙ୍କ ମହାନ ଅବଦାନର ସ୍ମୃତିଚାରଣ କରିଥିଲେ। ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ , ଡ଼ାବୁଗାଁ ବିଧାୟକ ମନୋହର ରାନ୍ଧାରୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଅଭିଭକ୍ତ କୋରାପୁଟ ଜିଲ୍ଲା ଜୋନ୍ ସଭାପତି ତାପସ ତ୍ରିପାଠୀ , ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ , ସମ୍ପାଦକ ଆଶିଷ ରଂଜନ ପଟ୍ଟନାୟକ , ଛାତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଦିଲୁ ପଣ୍ଡା , ବରିଷ୍ଠ ନେତ୍ରୀ ମଞ୍ଜୁଳା ମାଝୀ , ନନ୍ଦାହାଣ୍ଡି ବ୍ଲକ ସଭାପତି ଦୟାନିଧି ବିଷୋୟୀ , ନଗର ସଭାପତି ପ୍ରମୋଦ ରଥ , ବାବୁଲି ମିଶ୍ର , ସଞ୍ଜୟ ନାୟକ , ଆଇ . ମୁରୁଲି କ୍ରିଷ୍ଣା , ସୁଶାର ସାମଲ , ରବି ନାରାୟଣ ପଟ୍ଟନାୟକ , ସୁମିତ ପାଳ , ସନ୍ତୋଷ ଷଡଙ୍ଗୀ ସମେତ ବହୁ ବିଜୁ ପ୍ରେମୀ ଜୟନ୍ତୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।