ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ- ସଭାପତି ଆଶିଷ ରଂଜନ ପଟ୍ଟନାୟକ , ସମ୍ପାଦକ ରାମ ପ୍ରସାଦ ପାତ୍ର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୩୦/୦୩): ନବରଂଗପୁର ଓକିଲ ସଂଘର ସଭାପତି ପଦବି ନିର୍ବାଚନ ଶେଷ ହୋଇଯାଇଛି । ନବରଙ୍ଗପୁର ବାର ଆସୋସିଏସନ୍ ମୋଟ ୧୭୨ ଜଣ ସଭ୍ୟଙ୍କ ମଧ୍ୟରୁ ୧୬୭ ଜଣ ମତଦାନ କରିଥିଲେ । ସଭାପତି ପଦବୀ ପାଇଁ ଆଶିଷ ରଂଜନ ପଟ୍ଟନାୟକ ମାତ୍ର ୨ ଖଣ୍ଡ ଅଧିକା ଭୋଟ ପାଇ ବିଜୟ ହୋଇଛନ୍ତି । ଆଶିଷ ରଂଜନ ପଟ୍ଟନାୟକ ୬୭ ଖଣ୍ଡ ଭୋଟ ପାଇଥିବା ବେଳେ ନରସିଂହ ତ୍ରିପାଠୀ ୬୫ , ସିରାଜ ଅହମ୍ମଦ ୩୩ ଖଣ୍ଡ ଭୋଟ ପାଇଛନ୍ତି । ସମ୍ପାଦକ ପଦବୀ ପାଇଁ ରାମ ପ୍ରସାଦ ପାତ୍ର ୯୦ ଖଣ୍ଡ ଭୋଟ ପାଇଥିବା ବେଳେ ତପନ ସିଂ ୭୬ ଖଣ୍ଡ ପାଇଥିଲେ । ରାମ ପ୍ରସାଦ ପାତ୍ର ୧୪ ଖଣ୍ଡ ଅଧିକା ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।

ଉପ ସଭାପତି ପଦବୀରେ ପ୍ରତାପ କୁମାର ପଣ୍ଡା ୮୫ ଖଣ୍ଡ ଭୋଟ ପାଇଥିବା ବେଳେ ହରି ନାରାୟଣ ବେହେରା ୭୯ ଖଣ୍ଡ ପାଇଛନ୍ତି । ୬ ଖଣ୍ଡ ଅଧିକା ଭୋଟ ପାଇ ପ୍ରତାପ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି । ସହ ସଂପାଦକ ପଦବୀ ରେ ସନ୍ତୋଷ କୁମାର ନାୟକ ୯୨ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ କୁମାର ବେହେରା ୭୩ ଖଣ୍ଡ ଭୋଟ ପାଇଥିଲେ । ସନ୍ତୋଷ କୁମାର ନାୟକ ୧୯ ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଛନ୍ତି। କୋଷାଧ୍ୟକ୍ଷ ପଦବୀ ରେ ଵିଧୁ ଶେଖର ତ୍ରିପାଠୀ ୮୪ ଖଣ୍ଡ ଭୋଟ ପାଇଥିବା ବେଳେ ସୁକାନ୍ତ କୁମାର ଶତପଥୀ ୮୧ ଖଣ୍ଡ ଭୋଟ ପାଇଛନ୍ତି । ବିଧୂ ଶେଖର ତ୍ରିପାଠୀ ମାତ୍ର ୩ ଖଣ୍ଡ ଅଧିକା ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ୭ ଗୋଟି କାର୍ଯ୍ୟକାରୀ ସଦସ୍ୟ ପଦବୀ ପାଇଁ ୮ ଜଣ ପ୍ରତିଦ୍ବନ୍ଦିତା କରିଥିଲେ । ନିର୍ବାଚିତ କାର୍ଯ୍ୟକାରୀ ସଦସ୍ୟ ଏ .ସତିଶ ୧୪୧ ଖଣ୍ଡ ଭୋଟ ପାଇଥିବା ବେଳେ ବାଲାଜୀ ମିଶ୍ର ୧୩୯ , ଗୋପାଳ କୃଷ୍ଣ ଶତପଥୀ ୯୯ , ମୀନାକ୍ଷୀ ପାଢ଼ୀ ୧୨୮ , ପ୍ରଦୀପ କୁମାର ସାହୁ ୧୧୫ , ପ୍ରଶାନ୍ତ କୁମାର ପଟ୍ଟନାୟକ ୧୪୪ ଓ ତପନ କୁମାର ପାଣିଗ୍ରାହୀ ୧୨୬ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ତ୍ରିପତି ମାଝୀ ସର୍ବନିମ୍ନ ୭୭ ଖଣ୍ଡ ପାଇ ପରାଜିତ ହୋଇଛନ୍ତି । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସିଏଚ ବାବା ଯୋଗେନ୍ଦେର , ଉପ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ଇମ୍ରାନ ସରିଫ ପରିଚାଳନା କରିଥିଲେ । ଆଜି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନୂତନ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ବରିଷ୍ଠ ଓକିଲ ତଥା ନିର୍ବାଚନ ଅଧିକାରୀ ସି ଏଚ ବାବା ଜଗେନ୍ଦ୍ର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ତଥା ପୂର୍ବତନ ସଭାପତି ଝାଡେଶ୍ୱର୍ ଖାଡାଙ୍ଗା , ଗଙ୍ଗାଧର ସାମନ୍ତରାୟ , ସମରେଶ ଗନ୍ତାୟତ , ଅନୁପମା ଗନ୍ତାୟତ , କିଶୋର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ , ସ୍ନେହଲତା ଦେବୀ , ଜେନିଫର୍ ସୁନା ସମେତ ଜିଲ୍ଲା ବାର ଆସୋସିଏସନ ର ବହୁ ଆଇନଜୀବି ମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: