ନବରଙ୍ଗପୁର ଜିଲ୍ଲାରେ ଜାପାନୀ ପୋଦିନା ତେଲ ପ୍ରକ୍ରିୟାକରଣ ଓ ପ୍ରଦର୍ଶନର ଶୁଭାରମ୍ଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୦/୦୬) : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ନବରଙ୍ଗପୁର ବ୍ଲକ୍ ଡୁଡିରିଗୁଡା ଓ ଚୁରାହାଣ୍ଡି ଠାରେ ଜାପାନୀ ପୋଦିନା ପତ୍ରରୁ ତେଲ ପ୍ରକ୍ରିୟାକରଣ ଓ ପ୍ରଦର୍ଶନର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ବ୍ୟବହାର ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଓ ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ୪.୫ଏକର ଜମିରେ ଜାପାନୀ ପୂଦିନା ଚାଷ କରାଯାଇଛି ।

ନବରଙ୍ଗପୁର ବ୍ଲକର ଚୁରାହାଣ୍ଡିଠାରେ ଅଜିତ କୁମାର ନାୟକ ଓ ରତ୍ନାକର ମାଳି ୪ଏକର ଚାଷ କରି ଏକର ପିଛା ୩୦ଲିଟର ତେଲ ପ୍ରାପ୍ତ କରିଛନ୍ତି ଯାହାକି ଲିଟର ପିଛା ୧୩୦୦ ଟଙ୍କାର ଆଜି ଜିଲ୍ଲାପାଳ ମାଧ୍ୟମରେ ବିକ୍ରିର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ତେଲ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଅନେକ ଚାଷୀ ଉପଯୁକ୍ତ ହୋଇ ପାରିବା ସହ ମିଣ୍ଟ ଚାଷ ଦ୍ଵାରା ରବି ଋତୁରେ ଚାଷୀମାନେ ମଧ୍ୟ ବେଶ୍ ଲାଭବାନ୍ ହୋଇ ପାରିବେ ବୋଲି ଡ଼ଃ ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଏହି ତେଲ ଆଗାମୀ ଦିନରେ ଟୁଥ୍ ପେଷ୍ଟ ,ପାନ ମସଲା , ମୃଦୁ ପାନୀୟ , ମୁଣ୍ଡବ୍ୟଥା ଔଷଧ, ଶ୍ବାସ ପ୍ରକ୍ରିୟା ଔଷଧ ବ୍ୟବହାର ହୋଇପାରିବ ବୋଲି କେନ୍ଦ୍ରୀୟ ଓ ଔଷଧୀୟ ସୁଗନ୍ଧି ଫସଲ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ ରାଉତ କହିଛନ୍ତି । ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଆଗାମୀ ଦିନରେ ମିଣ୍ଟ କ୍ଲଷ୍ଟର୍ କରାଯିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓରମାସର ଉପ କାର୍ଯ୍ୟ ନିର୍ବାହୀ ଏ.ଉମା ମହେଶ , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସମେତ ଚୁରାହାଣ୍ଡି ଓ ଡୁଡୁରୀଗୁଡାର ଅନେକ ଚାଷୀ ଉପସ୍ଥିତ ରହିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: