ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାରର ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୨/୦୬): ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ୩୦ କୋଟି ୪ ଲକ୍ଷ ୪୭ ହଜାର ୮୭୮ ଟଙ୍କାର ଅଟକଳ ବିନିମୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର । ପ୍ରକଳ୍ପ ପରିଦର୍ଶନ ବେଳେ ନିର୍ବାହି ଯନ୍ତ୍ରୀ ଜଳସେଚନ ନବରଙ୍ଗପୁର ବିଶ୍ୱନାଥ ମହାନ୍ତି ଏବଂ ବୈଷୟିକ ଦଳ ଉପସ୍ଥିତ ଥିଲେ । ଏମ୍ ଏସ ଓସିସି ଲିମିଟେଡ ଦ୍ୱାରା ନିର୍ମାଣ ହେଉଥିବା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସମୀକ୍ଷା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ରେ ୧୦ କୋଟି ୨୫ ଲକ୍ଷ ୧୩ ହଜାର ୭୦୮ ଟଙ୍କା ବ୍ୟୟ ହୋଇ ଥିବା ବେଳେ ଶତକଡା ୩୪ ଭାଗ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଆସନ୍ତା ସପ୍ତାହ ସୁଦ୍ଧା ନଦୀ ଗର୍ଭ ର କାମ ଶେଷ ହୋଇଯିବ ବୋଲି ନିର୍ବାହି ଯନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରକଳ୍ପର କାର୍ଯ୍ୟ ଶେଷ ହେଲା ପରେ ଖରିଫ ଚାଷ ଜମି ପାଇଁ ୫୩୧ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ। ଚାରୋଟି ଷ୍ଟିଳୀଙ୍ଗ ବସିନ୍ସ କାମ ମଧ୍ୟରୁ ଦୁଇ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଆଉ ଗୋଟିଏ ଆଗାମୀ ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ହୋଇଯିବ ବୋଲି ନିର୍ବାହି ଯନ୍ତ୍ରୀ ପ୍ରକାଶ କରିଥିଲେ । ବର୍ଷା ଦିନ ପରେ ଆସନ୍ତା ଜାନୁଆରୀ ୨୦୨୨ ସୁଦ୍ଧା ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ତାପରେ ୧୯୦୯ ମସିହାରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ନଦୀର ପୁରୁଣା ବ୍ରିଜକୁ ପରିଦର୍ଶନରେ ଯାଇଥିଲେ । ବ୍ରିଜ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଠିକ ନାହିଁ ବୋଲି ଅନୁଭବ କରି ନବରଙ୍ଗପୁର ନିର୍ବାହି ପୋୖର ଅଧିକାରୀଙ୍କୁ ଏକ ବୈଷୟିକ ଦଳଙ୍କୁ ନେଇ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ସହିତ ସେଠାରେ ଏକ ଆମୋଦ ପ୍ରମୋଦ ପାଇଁ ଗୋଟିଏ ଉଦ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯଦ୍ୱାରା ବ୍ରିଟିଶ ନିର୍ମିତ ଐତିହାସିକ ବ୍ରିଜ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ ।

Welcome to Odisha News24

error: Content is protected !!
%d bloggers like this: