ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମରେ ଭାଲୁ ପଲ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୪/୦୬): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଥିବା ବଡଦେବତା ମନ୍ଦିର ଭିତରେ ଭାଲୁ ପୋଲ ଦେଖିବାକୁ ମିଳିଛି ।

ଆଜି ସକାଳ ପ୍ରାୟ ୬ ଘଣ୍ଟା ୩୦ ମିନିଟ ସମୟରେ ବଡଦେବତା ମନ୍ଦିର ପରିସରରେ ଜଙ୍ଗଲୀ ଭାଲୁ ପୋଲ ବୁଲୁଥୁବା ଦେଖିବାକୁ ମିଳିଛି । ନଡ଼ିଆ ଖାଇବା ପାଇଁ ପ୍ରାୟ ସବୁଦିନ ମନ୍ଦିର କୁ ଆସିଥାନ୍ତି ଭାଲୁ । ୩ ଟି ଭାଲୁ ଗ୍ରାମର ବଡଦେବତା ମନ୍ଦିର ଭିତରୁ ବାହାରୁଥିବା ଦେଖି ଗ୍ରାମର ଜଣେ ଯୁବକ ତାଙ୍କ ମୋବାଇଲ ରେ ଭିଡିଓ ରେକର୍ଡ କରିଥିଲେ । ଏହା ସହ ଗ୍ରାମବସି ଭାଲୁ ପୋଲକୁ ଦେଖି ସେଠାରୁ ଘଉଡାଇଥିଲେ । ଭାଲୁଟି କାହାର କିଛି କ୍ଷତି କରି କରିନଥିଲେ ହେଁ ବାରମ୍ବାର ଭାଲୁ ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ତେବେ ଏହି ଘଟଣାରେ ବନ ବିଭାଗର କର୍ମଚାରୀ ତତ୍ପର ହେବା ନିମନ୍ତେ ସିନ୍ଧିଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: