ନନ୍ଦପୁର ରେ କୋଭିଡ୍ ଟୀକାକରଣ, ପ୍ରଥମ ଦିନରେ ୭୩ ଜଣଙ୍କୁ ଦିଆଗଲା ଟୀକା

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର:୦୧/୦୩/୨୧): ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଆଜି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଟୀକାକରଣ ର ଶୁଭାରମ୍ଭ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ଶ୍ରୀ ନରସିଂହ ଗାଦାବା ଓ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଦୂର୍ବରାଜ୍ ମୁର୍ମୁ ଙ୍କ ଉପସ୍ଥିତିରେ କରାଯାଇଥିଲା।

ଆଜିର ଏହି ଟୀକାକରଣରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ୬୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ୭୩ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଟୀକା ଦିଆଯାଇଥିଲା।ସମସ୍ତେ ଟୀକା କରଣ ପରେ ୧ଘଣ୍ଟା ବିଶ୍ରାମ ନେଇଥିଲେ।କାହାରି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇଥବା ଫଳରେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ମୁର୍ମୁ ଆଗକୁ ଏହି ଟୀକାକରଣ ଜାରି ରହି ସମସ୍ତଙ୍କୁ ଦିଆଯିବ ବୋଲି ବିଡ଼ିଓ ଶ୍ରୀ କୈଳାସ ଚନ୍ଦ୍ର ଶିଆଳ କହିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: