ସାଧାରଣ ଜନତାଙ୍କ ସ୍ୱର

ନଦିରେ ବୁଡ଼ିଯାଇ ମହିଳାଙ୍କ ମୃତ୍ୟୁ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୧୧/୨/୨୧): ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରିପୁଟ ପଞ୍ଚାୟତ କତାଗୁଡାର ଗ୍ରାମର ରାଇମଣି ମିଣ୍ୟାକା (୪୦) ନିଜ ଘରର ଲୁଗା ସଫା କରିବା ପାଇଁ ଗାଁ ନିକଟ ଦେଇ ବୋହିଯାଉଥିବା ନଦୀକୁ ଯାଇ ସେଠାରେ ଗୋଡ ଖସିଯିବା ଫଳରେ ଭାରସାମ୍ୟ ହରାଇ ନଦୀ ମଧ୍ୟରେ ପଡିଯାଇଥିଲେ |

ନଦିରେ ତିନି ଫୁଟ ଗଭୀର ଗାତ ତଳକୁ ପଡିଯିବା ଯୋଗୁଁ ଉକ୍ତ ସ୍ଥାନରୁ ଜୀବନକୁ ବଞ୍ଚାଇବା ପାଇଁ ବୋହୁ ଚେଷ୍ଟା ପରେ ବି ଗୋଡ଼ରେ ବହୁତ ବାଧା ହୋଉଥିବା ଯୋଗୁଁ ଜିବନକୁ ବାଜି ଲଗାଈ ହାରିଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି | ଆଜି ତାଙ୍କ ସ୍ଵାମୀ ସୁରୀୟା ମିଣ୍ୟାକା ବନ୍ଧୁଗାଁ ପୋଲିସ ଥାନାରେ ପହଞ୍ଚି ନିଜ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଲିଖିତ ଭାବରେ ଜଣାଇଥିଲେ ।ପୋଲିସ ଥାନା ଏ ଏସ ଆଇ ଶ୍ରୀ ମନୁଆ ବିଡ଼ିକା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଶବକୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଣି ଶବକୁ ଡାକ୍ତରଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା I

Welcome to Odisha News24

%d bloggers like this: