ନକଲି ଡାକ୍ତର ଗିରଫ, ନିଜକୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୋଲି ଦଉଥିଲେ ପରିଚୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ପ୍ରଶାନ୍ତ ମଝି //
ବେଲପାହାଡ (୨୩/୦୫): ବେଲପାହଡ଼ରେ ଜଣେ ନକଲି ଡାକ୍ତରକୁ ପୋଲିସ ଗିରଫ କରିଛି । ନିଜକୁ ଏମ ବି ବି ଏସ,ଏମ ଡି ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଡାକ୍ତର ବୋଲି ପରିଚୟ ଦେଇ ବେଲପାହାଡ଼ ନିକଟରେ ଥିବା ସନୁ ଔଷଧ ଦୋକାନ ନିକଟରେ ଏକ କ୍ଲିନିକ୍ ଖୋଲି ଶିଶୁ ମାନଙ୍କ ଚିକିତ୍ସା କରୁଥିଲେ ।

ସେ ଜଣେ ନକଲି ଡାକ୍ତର ଥିବା ପୋଲିସ ଖବର ପାଇବା ପରେ ପୋଲିସ କ୍ଲିନିକ୍ ରେ ଚଢାଉ କରିଥିଲା | ସେଠୁ ପୋଲିସ ସମସ୍ତ କାଗଜପତ୍ର ଜବତ କରି ସଡିଏମ୍ଓ ଙ୍କ ପାଖକୁ ତଦନ୍ତ କରିବା ପଠାଇଥିବା ବେଳେ ଏହା ନକଲି ହୋଇଥିବା ସି ଡି ଏମ ଓ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଏହି ରିପୋର୍ଟକୁ ଆଧାର କରି ବେଲପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ନକଲି ପ୍ରେଶ୍ରିପସନ୍ ପେଡ, ନମୁନା ଔଷଧ, ଡାକ୍ତରୀ ଉପକରଣ ପ୍ରଭୁତି ଜବତ କରିଥିବା ବ୍ରଜରାଜନଗର ଏସ ଡି ପି ଓ ଦିଲୀପ ଦାସ କହିଛନ୍ତି । ତେବେ ବେଲପାହାଡ଼ ସହରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ସମୟ ଧରି ଚିକିତ୍ସା କରୁଥିବା ଜଣାପଡିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: