ନଅଗାଁ (ଖ)ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କୋରୋନା ଟୀକା କରଣ କାର୍ଯ୍ୟକ୍ରମ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୮/୦୬): ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ)ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ପଂଚାୟତ ସ୍ତରୀୟ କୋରୋନା ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକମରେ ଲୋଇସିଂହା ବିଧାୟକ ଡା. ମୁକେଶ ମହାଳିଙ୍ଗ ଉପସ୍ଥିତ ରହି ଟୀକାକରଣର ଆବଶ୍ୟକତା ଉପରେ ଲୋକଙ୍କୁ ସଚେତନ କରିଥିଲେ ।

ନଅଗାଁ ପଂଚାୟତର ନଅଗାଁ, ଦାଶପାଲି, ତେନ୍ତୁଳୀଖୁଣ୍ଟି ଓ ସାନଟୀକା ଗ୍ରାମ ରୁ ୪୫ ବର୍ଷରୁ ଉର୍ଦ୍ଧ ଚାରିଶହରୁ ଅଧିକ ପୁରୁଷ ଓ ମହିଳା ଟୀକା ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ସମେତ ଉପରୋକ୍ତ ୩ ଟି ଗ୍ରାମର ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା ପରିଚାଳନା କରିବା ସହିତ ଟୀକାକରଣରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଗଲପୁର ବ୍ଲକ ଉପାଧ୍ୟାକ୍ଷ ମନମୋହନ ପଟେଲ, ବିପିଏମ ହିମାଂଶୁ ମିଶ୍ର, ବିପିଓ ପ୍ରବୀର ମେହେର, ମନୋଜ ତ୍ରିପାଠୀ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ଓ ସମସ୍ତ ଅଙ୍ଗନବାଡି ତଥା ଆଶାକର୍ମୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: