ଧାମୁଣିପଙ୍ଗାରେ ବାଇକ ଧକ୍କାରେ ବୃଦ୍ଧ ଲେଲି ହିଆଲ ଗୁରୁତର ହୋଇ ଚିକିତ୍ସିତ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର– ତା-୯-୬-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚୟତର ଅଡାବାଡ଼ି ଗାଁର ବୃଦ୍ଧ ଲେଲି ହିଆଲ(୫୮) ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।

ଖବର ନେବାରୁ ଜଣାପଡ଼ିଲା ଯେ ମଧ୍ୟାହ୍ନ ସମୟରେ କଲ୍ୟାଣସିଂହପୁର ବଜାରରୁ ଲେଲି ଘରକୁ ସାଇକଲ ରେଯାଉଥିବା ବେଳେ ତା ପଛ ପାର୍ଶ୍ୱ ରୁ ଏକ ବାଇକ ରେ ଯାଉଥିବା ଲୋକ ଟି ଧକ୍କା ଦେଇ ଚାଲି ଯାଇଥିଲେ ।ଉକ୍ତ ବୃଦ୍ଧାଟି ଘଟଣା ସ୍ଥଳରେ ପଡି ଛୋଟ ପଟ ହେଉଥିଲା । ଏହାକୁ କିଛି ଲୋକ ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।ଘଟଣା ସ୍ଥଳରେ ଗାଡି ପହଞ୍ଚି ବୃଦ୍ଧକୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଡାକ୍ତର ପ୍ରାଥମିକ ଚିକିତ୍ସା କରି ଜଙ୍ଘ ହାଡ ଭାଙ୍ଗିଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଛନ୍ତି । ଧକା ଦେଇଥିବା ଗାଡି ଚାଳକ ଫେରାର ହୋଇଥିବାରୁ ଗ୍ରାମବସି ତାକୁ କାବୁ କରିଥିଲେ ।ସେ କଳାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି ।

Welcome to Odisha News24

error: Content is protected !!
%d bloggers like this: