ଧର୍ମ ଯୁଦ୍ଧରେ ସିକପାଇ ଗାଁର ଗୋଷ୍ଠୀ ସଂଘର୍ଷ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ତା-୨୯/୫): ରାୟଗଡ ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ଅଧିନସ୍ଥ ସିକପାଇ ଗ୍ରାମର ହିନ୍ଧୁ କ୍ରିଷ୍ଟିଆନ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ର ବିବାଦ ସମାଧାନ ପାଇଁ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲା ପ୍ରଶାସନ ସେହି ଗ୍ରାମରେ ଶାନ୍ତି କମିଟି ମାଧ୍ୟମରେ ବସି ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉଭୟ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ତୁଟି ନ ଥିଲା ।

ଦୁଇ ଗୋଷ୍ଠୀ ନିଜ ନିଜ ଜିଦରେ ଅଡ଼ି ବସିଥିଲେ ତେଣୁ ପ୍ରଶାସନ କୌଣସି ନିଷ୍ପତି ନେବାରେ ବିଫଳ ହେଇଛି। ଏଥି ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଗତ ଦୁଇ ମାସ ତଳେ ହିନ୍ଧୁ ଓ କ୍ରିଷ୍ଟିଆନ ମାନଙ୍କ ମଧ୍ୟରେ କିଛି କଥା କୁ ନେଇ ବଚସା ହେଇଥିଲା । ସେ ମାମଲା ଥାନାକୁ ଯାଇଥିଲା ସେତେବେଳେ କିଛି ଭଦ୍ର ବ୍ୟକ୍ତି ଥାନାଧିକାରୀ ଙ୍କୁ ବୁଝାଇଥିଲେ । ଏହି ମାମଲା କୁ ଉଭୟଙ୍କ ମଧ୍ୟରେ ରାଜିନାମା କରିବା ପାଇଁ କହିଥିଲେ କିନ୍ତୁ ଥାନାଧିକାରୀ ନ ମାନି କେସଟିକୁ ରୁଜୁ କରିଥିଲେ। ତେଣୁ ସିକପାଇ ଗ୍ରାମର ଲୋକମାନେ ଉତ୍ୟକ୍ତ ହୋଇ ହୁ ହାଲା କରିଥିଲେ । ଏପରିକି ଥାନାଧିକାରୀ କାଉଣ୍ଟର କେସ କରି ରୁଜୁ କରିବାକୁ ମନା କରି ଦେଇଥିଲେ। ତା ପରେ ବହୁତ ଅନୁରୋଧ ପରେ ଅନ୍ୟ ଗୋଷ୍ଠୀର କେସ ନେଇ ରୁଜୁ କରି ଉଭୟଙ୍କୁ କୋର୍ଟକୁ ନ ପଠାଇ ସମାଧାନ ହେବା ପାଇଁ ଛାଡି ଦିଆଯାଇଥିଲା। ଏନେଇ ଥାନାଧିକାରୀ ସୁକମା ହଂସଦା ଓ ତହସିଲଦାର ଦେବାଶିଷ କର ଦୁଇ ଦୁଇ ଥର ଯାଇ ବିଫଳ ହୋଇଥିଲେ। ଓ ଗ୍ରାମବାସୀ ଙ୍କ ଅଶିକାର ହେଉଥିବା ଦେଖିବାକୁ ମିଳିଛି। ଗ୍ରାମ ବାସୀ ହିନ୍ଧୁ ଗୋଷ୍ଠୀଙ୍କ କହିବା କଥା ଅନୁସାରେ ସେମାନେ କହୁଛନ୍ତି ପୂର୍ବ କାଳରୁ ଯେଉଁ ପରମ୍ପରା ପୂର୍ବ ପୁରୁଷରୁ ଚଳି ଆସୁଛନ୍ତି କିନ୍ତୁ କ୍ରିଷ୍ଟିଆନ ଗୋଷ୍ଠୀ କହୁଛନ୍ତି ଆମେ କିଛି ମାନିବୁ ନାହିଁ। ଗାଁର କୌଣସି କଥା ମାନିବାକୁ ନାରାଜ। ତେଣୁ ଏହା ସମାଧାନ କରିବାକୁ ଆଜି ବହୁତ ବୁଝା ସୁଝା କରିବା ପାଇଁ ଶାନ୍ତି କମିଟି କରି ଉଭୟ ଙ୍କୁ ବୁଝାଇବା ପାଇଁ ଏସ ଡି ପି ଓ ଦେବା ଜ୍ୟୋତି ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ତେଣୁ ଏହାର ସ୍ଥାୟୀ ସମାଧାନ କରିବାପାଇଁ ପ୍ରଶାସନ କୁ ଗ୍ରାମର ବିଶୁ କଞ୍ଜକା, ସାଙ୍ଗାନା କଞ୍ଜକା, ଲୁଲା ତିଆକା, ବିଶ୍ୱନାଥ ତିଆକା, ଓ ସିକରପାଇ ଗ୍ରାମର ଭଦ୍ର ବ୍ୟକ୍ତି ଦୁଖୁ ଗୌଡ଼, ପୂର୍ବତନ ସରପଞ୍ଚ ସାରବୁ ସାରାକା, ମନୋଜ କୁମାର ସେଠୀ, ପୂର୍ଣ ଚନ୍ଦ୍ର ପଟେଲ ଏବଂ ଅନ୍ୟ ମାନେ ଅନୁରୋଧ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: