ଦେଶୀ ମଦଭାଟିକୁ ଉଛେଦପାଇଁ ସରପଞ୍ଚଙ୍କୁ ଅଭିଯୋଗ କଲେ ଭାଜପା

ୱେବ ରିପୋର୍ଟର : ଅକ୍ଷୟ କୁମାର ପିଡ଼ିସି //
କଲ୍ୟାଣ ସିଂହପୁର (ତା୧୮-୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକାରପାଈ ପଞ୍ଚାଯତ ଭାରତୀୟ ଜନତା ପାର୍ଟି ତରଫରୁ ଦେଶୀମଦ ଭାଟିକୁ ବିରୋଧ କରି ଏକ ଦାବୀ ପତ୍ର ପଞ୍ଚାଯତ ସରପଞ୍ଚଙ୍କୁ ପ୍ରଦାନ କରିଯାଇଛି | ପ୍ରକାଶ ଥାଉକି ଶିକାରପାଈ ସଦର ମହକୁମା ଠାରେ ଏକ ଦେଶୀ ଭାଟି ସରକାରଙ୍କ ଦ୍ୱାରା ବହୁତ ଦିନ ପୂର୍ବରୁ ସ୍ଥାପିତ ହୋଇଥିଲା |

ଏହା ବର୍ତମାନ ଗାଁ ମଝିକୁ ହେଲାଣି ଏହି ରାସ୍ତାଦେଇ ଲୋକେ ନଦୀକୁ, ନିକଟସ୍ଥ ଗାଁ କୁ ଯାଆନ୍ତି ତେଣୁ ବହୁତ ସମସ୍ୟା ହେଉଛି | ସେଥି ସହ ପଚାୟତ ସଭାପତି ରୁଦ୍ର ଖାଣ୍ଡରିୟା କହିଛନ୍ତିକି, ଏହି ଭାଟି ଗାଁ ନିକଟରେ ରହିଥିବା ଯୋଗୁଁ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢୁଛି ଏପରିକି ୧୮ ରୂ କମ କୋମଳ ମତି ଶିଶୁ ମଧ୍ୟ ଏଥିରୁ ବାଦ ପଡୁନଥିବା ଯାହାକି ତାହା ଆଇନତଃ ସଂଗୀନ ଅପରାଧ ଅଟେ | ତେଣୁ ଏହାର ନବୀକରଙ୍କୁ ବିରୋଧ କରି ଏକ ୩ ଦଫା ଦାବୀ ନେଇ ପଞ୍ଚାଯତ କାର୍ଯ୍ୟାଳୟ ଭାଜପା ର ଏକ ପ୍ରତିନିଧି ଦଳ ଯାଇଥିଲେ | ସରପଞ୍ଚ ଶ୍ରୀମତୀ ଅମ୍ବିକା ସାରକା କୌଣସି କାର୍ଯ୍ୟ ବଶତଃ ରାୟଗଡା ଯାଇଥିବା ହେତୁ ପଞ୍ଚାଯତ ସମ୍ପ୍ରସାରଣ ଅଧିକାରୀ ସନ୍ତୋଷ ପାଣିଗ୍ରାହି ଙ୍କୁ ଦିଆଯାଇଥଲା | ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ଆର୍ଥିକ ବର୍ଷ ରେ ପ୍ରତିବର୍ଷ ଭାଟିକୁ ନବୀ କରଣ କରାଯାଏ ତେଣୁ ଏହାର ଅଵ୍ୟଵହାତି ପୂର୍ବରୁ ଏହାକୁ ବନ୍ଦ ନଚେତ ଏଠାରୁ ଉଠାଇ ଗ୍ରାମ ଠାରୁ ଦୂରରେ ସ୍ଥାପନା କରିବାକୁ ପାର୍ଟି ଦାବୀ କରିଛି, ନଚେତ ଆନ୍ଦୋଳନ କରିବାକୁ ଧମକ ଦେଇଛି ! ସବୁଠୁ ବଡ଼ ବିଡମ୍ବନାର ବିଷୟ ହେଲା ରନ୍ଧା ମଦ ନିମ୍ନମାନର, ଖୋଲା ଖୋଲି ବିକ୍ରି ଭଳି ଅନେକ ଅଭିଯୋଗ ରହିଛି | ଏହି ଦଳରେ ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ସେଠି, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ଜନଜାତି ମୋର୍ଚ୍ଚା ସଭାପତି ଦିଲୀପ ମିନିୟକା, କୋଷାଧ୍ୟକ୍ଷ ସୋମେଶ ନେମଲପୁରୀ, ଯୁବ ମୋର୍ଚ୍ଚା ଉପ ସଭାପତି ମକର ନେମଲପୁରୀ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: