ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଜୀବନ ଯାତ୍ରା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୯/୧୨): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଓ ନବରଙ୍ଗପୁର ବ୍ଲକ ର ଲୋକେ ଜୀବନ ଜୀବିକା ପାଇ ନିଜର ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ନଦୀ ପାର ହେବା ନିତିଦିନିଆ କାମରେ ପରିଣତ ହୋଇଯାଇଛି । ଜିଲ୍ଲାର ଶତାଧିକ ନଦୀକୂଳିଆ ଗ୍ରାମର ଲୋକଙ୍କ ଜୀବନ ବାଜିରେ ଲାଗୁଛି। କାରଣ ଲୋକେ ନଦୀ ପାର ନ ହେଲେ କୌଣସି କାମ ହେଉନି ।

ଏହିପରି ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ନଦୀ ସୀମାନ୍ତରେ ଥିବା ଗ୍ରାମ ଜଗିନିଗୁଡ଼ା , ଦୁଡୁରିଗୁଡ଼ା , ଘଟାରାଲା ଗୁଡ଼ା ବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହି ଗ୍ରାମର ଅଧିକାଂଶ ଲୋକେ ପୋଡଶୀ ଜିଲ୍ଲା କୋରାପୁଟ ଉପରେ ନିର୍ଭର କରିଥାନ୍ତି । ଏହି ଅଞ୍ଚଳରୁ ନବରଙ୍ଗପୁର ଆସିବାକୁ ହେଲେ ୩୦ କିଲୋମିଟର ପଡୁଥିବା ବେଳେ ପୋ ଡଶୀ ଜିଲ୍ଲା କୋଟପାଡ଼ ମାତ୍ର ୧୦ କି. ମି ପଡୁଛି । ତେଣୁ ନଦୀ କୁଳର ଅଧିକାଂଶ ଲୋକେ ବାଣିଜ୍ୟ , ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗା ଭରସାରେ ନଦୀ ପାର ହୋଇଥାନ୍ତି । ଏହି ନଦୀ କୁଲିଆ ଗ୍ରାମ ମାନଙ୍କରେ ସରକାର ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନି । ଅନେକ ସମୟରେ ଗର୍ଭବତୀ ମହିଳା ମାନେ ପ୍ରସବ ପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ପୋଡଶୀ ଜିଲ୍ଲାରେ ଯାଇ ଚିକିତ୍ସତ ହେଉଥିବା ଦେଖିବାକୁ ମିଳିଛି । ଏହି ଦେଶୀ ଡଙ୍ଗାକୁ ସରକାରୀ ପକ୍ଷରୁ କୌଣସି ଲାଇସେନ୍ସ ମିଳିନଥିବା ବେଳେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ମଧ୍ୟ ନାହିଁ । ସରକାରୀ ପକ୍ଷରୁ କୌଣସି ଡଙ୍ଗାର ବ୍ୟବସ୍ଥା କରାଯାଇନାହିଁ । ଦଦରା ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ନଦୀରେ କିଛି ପାଣି କମିଲେ ଗ୍ରାମବାସୀ ମିଶି ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରି ଥାଆନ୍ତି । ଏହି ବାଉଁଶ ପୋଲ ଦେଇ ଦୁଇ ଚକିଆ ଗାଡ଼ି କିମ୍ବା ସାଇକେଲ ଯାତାୟାତ ବାବଦରେ ଗ୍ରାମବାସୀ କିଛି ଅର୍ଥ ଆଦାୟ କରି ଥାଆନ୍ତି ।

ସରକାର ପକ୍ଷରୁ ନିର୍ମାଣ କରାଯାଇଥିବା ପୋଲ ନିର୍ମାଣ କାର୍ଯ୍ୟ ମନ୍ତର ଗତିରେ ଚାଲୁଥିବାରୁ ପୋଲ ନିର୍ମାଣ କାର୍ଯ୍ୟ କେବେ ସରିବ ଓ ଏହି ଅଞ୍ଚଳର ଲୋକଙ୍କ ଦୁଃଖ କେବେ ଦୂର ହେବ ସେ ନେଇ ଚିନ୍ତାରେ ନଦୀ ସୀମାନ୍ତ ଗ୍ରାମବାସୀ । ଜିଲ୍ଲାରେ ନବରଙ୍ଗପୁର , କୋଷାଗୁମୁଡ଼ା , ତେନ୍ତୁଳଖୁଣ୍ଟି ଓ ଚନ୍ଦା ହାଣ୍ଡି ବ୍ଲକରେ ମୋଟ ୨୧ ଟି ନଦୀ ଘାଟ ରହିଛି । ଏହି ଘାଟ ଗୁଡ଼ିକରେ ପ୍ରାୟ ୩୬ ଖଣ୍ଡ ଗାଁର ଲୋକେ ନିର୍ଭର କରୁଛନ୍ତି । ସେଥିରୁ ୧୭ ଗୋଟି ଘାଟ କେବଳ କୋଷାଗୁମୁଡ଼ା ବ୍ଲକରେ ରହିଛି । ଅନେକ ଘାଟରେ ଡଙ୍ଗାର ଲାଇସେନ୍ସ ନ ଥିବା ବେଳେ ଦଦରା ଡଙ୍ଗା ଗୁଡିକୁ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉନାହିଁ । କୌଣସି ଘଟଣା ଘଟିଲେ ତୁରନ୍ତ ଯାଞ୍ଚ କରାଯାଉଥିବା ବେଳେ ତା ପୂର୍ବରୁ ବିଭାଗୀୟ ଅଧିକାରୀ ମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ପୋଲ ନିର୍ମାଣ କାର୍ଯ୍ୟ ମନ୍ତର ଗତିରେ ଚାଲୁ ଥିବାରୁ ନଦୀ କୂଳ ବାସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଡଙ୍ଗା ଯୋଗାଇ ଦେବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜାଗିନିଗୁଡ଼ା , ଦୁଦୁରିଗୁଡ଼ା, ଘଟରାଲା , ଚୁରାହାଣ୍ଡି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: