ଦେବଗିରୀ ଶୈବପୀଠ ରେ ଭକ୍ତଙ୍କ ଖାଁ ଖାଁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର-ତା-୧୧-୩-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଳକ ସର୍ବ ପୁରାତନ ପ୍ରସିଦ୍ଧ ଶୈବପୀଠ ରେ ଭକ୍ତ ଙ୍କ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା ର ପ୍ରଭାବ ଯୋଗୁଁ ସମସ୍ତ ଶିବ ମନ୍ଦିର ରେ ଜିଲ୍ଲା ପାଳ ସରଜ କୁମାର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣ ସିଂହପୁର ବ୍ଳକ ରେ ଥିବା ସମସ୍ତ ଶିବ ମନ୍ଦିର କୁ କରୋନା କଟକଣାକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଛି।

ପ୍ରତ୍ୟେକ ଶିଵ ମନ୍ଦିର ରେ ପୁଲିସ କୁ ମୁତାୟନ କରାଯାଇଥିବାବେଳେ ବହୁ ଦୁର ଦୁରନ୍ତରୁ ଆସୁଥିବା ଭକ୍ତ ଶ୍ରଦ୍ଧାଲୁ ମାନେ ମନ୍ଦିର ନିକଟରେ ନ ପହଞ୍ଚିବା ଯୋଗୁଁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ପ୍ରସିଦ୍ଧ ଦେବଗିରୀ ଶୈବପୀଠ ର ୫୦୦ ମିଟର ଦୂର ରୁ ପୁଲିସ ଓ ସି ଆର ପି ଏଫ ଯବାନ ମାନେ ଉପସ୍ଥିତ ରହି ଆସୁଥିବା ଶ୍ରଦ୍ଧାଲୁ ମାନଙ୍କୁ ବାହଡଉ ଥିବା ଦେଖିବାକୁ ମିଳିଛି। ସେହି ପରି କଲ୍ୟାଣ ସିଂହପୁର ସଦର ରେ ଥିବା ଶିଵ ମନ୍ଦିର ର କବାଟ ବନ୍ଦ ଥିଲେ ମଧ୍ୟ ଦ୍ବାର ରେ ନିଜେ ପୂଜା କରିଫେରୁଛନ୍ତି । ଏହି ଦେବଗିରୀ ପୀଠରେ ସାତ ରୁ ନଅ ଦିନ ଧରି ଯାତ୍ରା ଆଡ଼ମ୍ବରରେ କରାଯାଉଥିବା ବେଳେ ବର୍ତ୍ତମାନ ଖାଁ ଖାଁ ଦେଖା ଯାଉଛି। ସେହି ପରି ନାରାୟଣ ପୁର ରାମ ଲିଙ୍ଗେଶ୍ୱର ,କରପା ଶିଵ ମନ୍ଦିର ,ସୁନଖଣ୍ଡି ସତୀ ତୋଟା ଆକଣ୍ଡେଲେଶ୍ୱର ଶିଵ ମନ୍ଦିର ଠାରେ ୩ ଦିନ ଲେଖାଏଁ ଯାତ୍ରା ହେଉଥିବା ବେଳେ ବର୍ତ୍ତମାନ ଖାଁ ଖାଁ ରହିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: