ଦେଓଗାଁ ରେ ତହସିଲଦାର ଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ କୋର୍ଟ ଚାଲାଣ ।

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୦-୦୬): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ରେ ତହସିଲଦାର ଙ୍କୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତୋଫାନ ବାଗ ସୂଚନା ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ,ଗତ ୭ ତାରିଖ ଦିନ ଦେଓଗାଁ ଜାତୀୟ ରାଜପଥ ୨୬ ରେ ଚାଷୀମାନେ ଧାନ କିଣା, ବିକା ଅବ୍ୟବସ୍ଥା ବିରୋଧ କରି ରାସ୍ତା ଅବରୋଧ କରି ରଖିଥିବା ସୂଚନା ପାଇ ଘଟଣା ସ୍ଥଳକୁ ତହସିଲଦାର ଚନ୍ଦ୍ରମଣି ନାଗ ସମାଧାନ ପାଇଁ ପହଞ୍ଚିଥିଲେ । ଉକ୍ତ ସ୍ଥାନରେ ଚାଷୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରୁଥିବା ବେଳେ ଦେଓଗାଁ ପେକ୍ସ ର ପୂର୍ବତନ ସଭାପତି ଶୈଳେଶ କୁମାର ସାହୁ ହଠାତ ଉତକ୍ଷିପ୍ତ ହୋଇ ତହସିଲଦାର ଙ୍କୁ ଗାଳି, ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏ ନେଇ ତହସିଲଦାର ଶ୍ରୀ ନାଗ ଦେଓଗାଁ ଥାନା ରେ ଏତଲା ରୁଜୁ କରିଥିଲେ । ଏତଲା ସଂଖ୍ୟା-୧୧୦ ଅନୁଯାୟୀ ମାମଲାର ତଦନ୍ତ ଆରମ୍ଭ କରି ଉକ୍ତ ଅଭିଯୁକ୍ତ କୈଳାସ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ଦିଆଯାଇଛି । ପ୍ରକାଶ ଯେ ଘଟଣା ସ୍ଥଳ କୁ ଦେଓଗାଁ ଥାନା ଅଧିକାରୀ ଙ୍କୁ ଫୋନ ଯୋଗେ ଯିବା ନେଇ ତହସିଲଦାର ଜଣାଇଥିବା ବେଳେ ପୋଲିସ ଅନୁପସ୍ଥିତି ଯୋଗୁଁ ଏଭଳି ଆକ୍ରମଣ ର ଶିକାର ହୋଇଥିଲେ ବୋଲି ଜଣାଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: