ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୨/୦୨): ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସକାଳ ଦୈନିକ ଖବରଦାତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଓୟୂଜେ ସଂଘ । ଗତ ୩ ଫେବୃଆରୀରେ ବାଲାଙ୍ଗୀର ଜିଲ୍ଲା ଦେଓଗାଁ ସାଗରପଲି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ଥିଲେ ୩ ଜଣ ନବରଙ୍ଗପୁର ଜିଲ୍ଲା ବାସିନ୍ଦା |
ଘଟଣା ସ୍ଥଳରେ ହିଁ ଜଣେ ସାମ୍ବାଦିକ ଏବଂ ଜଣେ ବ୍ୟାଙ୍କ୍ ମେନେଜରଙ୍କ ପ୍ରାଣବାୟୁ ଚାଲିଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା କରିବା ନିମନ୍ତେ ଅମ୍ବୁଲାନ୍ସ ରେ ନେଉଥିବା ସମୟରେ ଡାବୁଗାଁ ନିବାସୀ ସକାଳ ଖବରଦାତାଙ୍କ ପିତୃ ମଧ୍ୟ ବାଟରେ ମୃତ୍ୟୁବରଣ କରିଥିଲେ । ଏହି ଖବର ଶୁଣି ଡାବୁଗାଁ ଅଞ୍ଚଳରେ ପୁରାପୁରି ସ୍ତବ୍ଧ ହୋଇଯାଇଥିଲା । ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ଖବର ଶୁଣି ସ୍ଥାନୀୟ ବାସିନ୍ଦା ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିଥିଲେ । ଜିଲ୍ଲା ଓୟୁଜେ ସଂଘ ପକ୍ଷରୁ ମଧ୍ୟ ଏକ ଶୋକସଭା କରାଯାଇଥିଲା । ଆଜି ଅମ୍ଳାନ ଜ୍ୟୋତି ମାଦଳାଙ୍କ ୭ଦିନିଆ ପଣାରେ ଜିଲ୍ଲା ଓୟୁଜେର ସମସ୍ତ ସଦସ୍ୟ ଉପସ୍ଥିତ ରହି ତାଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆଶ୍ୱାସନା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ଓୟୁଜେ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସହ ଏ. ସତୀଶ, ସୁମିତ ଘଣ୍ଟ, ବାରିଜ ପଟନାୟକ , ଚିଦା ନନ୍ଦ , ପ୍ରବୀଣ ଅଗ୍ରୱାଲ , ସଞ୍ଜୟ ପାଢ଼ୀ , ଜି ସତ୍ୟା ରାଓ , ଦିଲୀପ ସୁନା ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାର ର ମନବଳ ବଢ଼ାଇବା ସହ ଧର୍ଯ୍ୟ ସଂଯମତା ରଖିବା ପାଇଁ ଆଶ୍ୱାସନା ଦେଇଥିଲେ ।