ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା,୨୫/୫): ବାଲିଗୁଡାରେ ମଙ୍ଗଳବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି | ବାଲିଗୁଡା ଠାରୁ ବାଟାଗୁଡା ରାସ୍ତାର ମିଡ଼ିଆ କିଆ ଛକ ଠାରେ ସ୍କୁଟି ଆରୋହୀ ନିଜ ବନ୍ଧୁଙ୍କ ସହ ନିଜ ସ୍କୁଟି ରଖି ରାସ୍ତା କଡରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ | ହଠାତ ଏକ ଦୁଇ ଚକିଆ ବାଇକ ଦ୍ରୁତ ଗତିରେ ଆସି ବାଡେଇ ହୋଇଥିଲା |

ଘଟଣା ସ୍ଥଳରେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା | ସେଠାରେ ରତି କାନ୍ତ ମହାପାତ୍ରଙ୍କୁ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରି ଥିଲେ | ମୃତ ବ୍ୟକ୍ତିଙ୍କ ଘର ପାଟ୍ଟଖଣ୍ଡା ସାହିରେ ବୋଲି ଜଣାପଡିଛି | ଅନ୍ୟ ବାଇକ ଗାଡ଼ିର ଦୁଇ ଆରୋହୀ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଏବଂ ସେମାନେ ହେଲେ ବାଲିଗୁଡା ଭଗମୁଣ୍ଡାର ଜୀବନ ଦେହୁରୀ ଓ ଗଗନ ଦଳପତି ବୋଲି ଜଣାପଡିଛି | ମୃତ୍ୟୁ ହୋଇ ଥିବା ବ୍ୟକ୍ତି ବାଲିଗୁଡା ଘରୋଇ ବିଦ୍ୟାଳୟରେ ପ୍ରିନସିପାଲ ଭାବେ କାର୍ଯ୍ୟରତ ଥିଲେ | ତାଙ୍କ ମୃତ୍ୟୁରେ ବାଲିଗୁଡା ସହରରେ ଶୋକର ଛାୟା ଖେଳି ଯାଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: