ଦୁରୁଆ ଆଦିବାସୀ ମହିଳା ମହାସଂଘ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୨୭/୦୧): କୋଟପାଡ଼ ବ୍ଲକ୍ ବିଛିନ୍ନାଞ୍ଚଳରେ ଥିବା ଛତର୍ଲା ପଞ୍ଚାୟତର ବାକଟିଗୁଡା ଗ୍ରାମ ଠାରେ ମଙ୍ଗଳବାର ଦୁରୁଆ ଆଦିବାସୀ ମହିଳା ମହାସଂଘ ପକ୍ଷରୁ କୋରୋନା ଯୋଦ୍ଧା ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଶତାଧିକ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ।

ସଂଘର ଉପଦେଷ୍ଟା ଶ୍ରୀ ଚନ୍ଦ୍ର ସଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀ ଆୟୁବ ମଣ୍ଡଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସ୍ନେହପ୍ରଭା ମାଝୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ପରଜା ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଦୁରୁଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଦାବି ଜୋରଦାର କରିବାକୁ ମତ ପ୍ରକାଶ ପାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଦେଶିୟା ପତ୍ରିକା ସମ୍ପାଦକ ଶ୍ରୀ ରଞ୍ଜନ ମହୁରିଆ,ଓଡିଶା ସାମ୍ବାଦିକ ସଂଘ,କୋରାପୁଟ ଜିଲ୍ଲା ଶାଖାର ଉପ ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ, ମହିଳା ମହାସଂଘର ସଭାପତି ଶ୍ରୀମତି ଚନ୍ଦ୍ରବତୀ ଦୁରୁଆ, ସମ୍ପାଦିକା କୁମାରୀ କାବେରୀ ଦୁରୁଆ, ତହସିଲଦାର, ବିଡିଓ, ଅଙ୍ଗନବାଡି ଓ ଆଶା କର୍ମୀ ମାନଙ୍କୁ କୋରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା,ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।ଶ୍ରାମତି ରାଇମତି ଦୁରୁଆ, ବନ୍ଧୁ ଦୁରୁଆ,ଲଛମା ଦୁରୁଆ, ବୃନ୍ଦା ନାୟକଙ୍କ ସମେତ ଦୁରୁଆ ସଂପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: