ଦୁଇ ବୁନ୍ଦା ଜୀବନ ପାଇଁ ,ବିଶ୍ୱ ପୋଲିଓ ଦିବସ ପାଳିତ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୩୧-୦୧): ଦେଶରେ ୩୧ ଜାନୁଆରୀକୁ ପୋଲିଓ ଦିବସ ରୁପେ ପାଳନ କରାଯାଉଥିବା ବେଳେ ଏହି କ୍ରମରେ ଟିଟିଲାଗଡ ରେ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଦୁଇ ବୁନ୍ଦା ଜୀବନ ପାଇଁ ବିତରଣ କରାଯାଉଛି । ଭାରତ ପୋଲିଓ ମୁକ୍ତ ଅଟେ । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି ।

ତେଣୁ ଭାରତ ପୋଲିଓ ମୁକ୍ତ ହେବା ସ‌ତ୍ୱେ ପ୍ରତି ବର୍ଷ ଦୁଇଥର ପୋଲିଓ ବୁନ୍ଦା ପାଞ୍ଚ ବର୍ଷରୁ କମ ଶିଶୁକୁ ବାଧ୍ୟତାମୂଳକ ଭାବେ ଦିଆଯାଉଛି । ଏହା ସହ ଶିଶୁର ଜନ୍ମ ସମୟରେ ପୋଲିଓ ଟୀକା ଦିଆଯିବ ପରେ ପୋଲିଓ ବୁନ୍ଦା ଅନେକ ଥର ଦିଆଯାଇଥାଏ । ସରକାରଙ୍କ ତରଫରୁ ସମସ୍ତ ଦେଶବାସୀଙ୍କୁ ନିଜ ନିଜ ଶିଶୁ ପୂର୍ବରୁ ଯେତେ ଥର ଖାଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଖୁଆଇବା ପାଇ ଆହ୍ୱାନ କରାଯାଉଛି । ଆଜି ୩୧ ଜାନୁଆରୀ ପୋଲିଓ ଦିବସ ଅବସରରେ ଦେଶର ସମସ୍ତ ଗାଁ ଓ ସହରରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଟିଟିଲାଗଡର ବିଭିନ୍ନ ବିଦ୍ୟାଳୟରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ସହାୟତା କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: