ସାଧାରଣ ଜନତାଙ୍କ ସ୍ୱର

ଦୁଇ ବାଇକ ମୁହାଁମୁହିଁ ଦୁଇ ବାଇକ ଆରୋହୀ ଗୁରୁତର

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ( ତା-୨୧/୪ ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ଖଜୁରୀ ଗୁଡା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଦୁଇ ବାଇକ ଆରହି ଗୁରୁତର ଥିବା ଦେଖିବାକୁ ମିଳିଛି।

ଗୁରୁତର ହୋଇ ଦୁଇ ବାଇକ ଆରହି ରାସ୍ତାରେ ପଡି ଛୋଟ ପୋଟ ହେଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଦେଖି ଦୁଇ ଜଣ କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦୁଇ ଗୁରୁତ୍ୱ ଙ୍କୁ କଲ୍ୟାଣ ସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ପୁଣି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ରେଫର କରିଥିଲେ। ଏହି ଦୁଇ ବାଇକ ଆରହି ମଧ୍ୟରୁ ଜଣେ ସୁନାଖଣ୍ଡି ଗାଁର ହୀରନ୍ୟ କୌଶଲ୍ୟା (୨୧) ଅନ୍ୟ ଜଣେ ପଲମା ଗାଁ କୈଳାସ କଙ୍କଡା (୫୦) ବୋଲି ଜଣାପଡିଛି। କୈଳାସ ର ଜଙ୍ଘ ଭାଙ୍ଗିଯାଇଥିବା ବେଳେ ହୀରନ୍ୟ ର ମୁଣ୍ଡ ରେ ଗଭୀର ଆଘାତ ହୋଇଛି। ହୀରନ୍ୟ କଲ୍ୟାଣ ସିଂହପୁର ଠାରୁ ସୁନାଖଣ୍ଡି ଯାଉଥିବା ବେଳେ କୈଳାସ ପଲମା ଠାରୁ କଲ୍ୟାଣ ସିଂହପୁର ଆସୁଥିବା ବେଳେ ଖଜୁରୁଗୁଡା ବୁଲାଣି ରାସ୍ତାରେ ମୁହାଁମୁହିଁ ହୋଇଛନ୍ତି। ଉକ୍ତ ବୁଲାଣି ରାସ୍ତା ଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ଗୁରୁତ୍ତ୍ୱ ଦେଉ ନଥିବା ଜଣାପଡ଼ିଛି।

One thought on “ଦୁଇ ବାଇକ ମୁହାଁମୁହିଁ ଦୁଇ ବାଇକ ଆରୋହୀ ଗୁରୁତର

  1. Kana kete lokonka jibana gale prasasana nija kartabya bujhiba ki ? Agami dinare a bhali ghatana na ghate taku drustire rakhi jilla prasasana hau ki panchayat hau kimba block prasasana hau ahara samadhana karibe ame sadharana janata aasha karuchu…..jai Bharat…..

Welcome to Odisha News24

%d bloggers like this: