ଦୁଇ ବର୍ଷ ତଳେ ବିବାହ କରିଥିବା ବଧୁକୁ ହତ୍ୟା, ସ୍ୱାମୀ ଅଟକ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୧ /୪): ଗଞ୍ଜାମ ସୋରଡ଼ା ଥାନା ସୋରିଷବିଲି ଗ୍ରାମରେ ଅଭାବନୀୟ ଘଟଣା । ସ୍ତ୍ରୀର ତଣ୍ଟିରେ ଶାବଳ ଚାପି ମାରିଲା ସ୍ୱାମୀ ।ମୃତକ ହେଲେ ରିଙ୍କି ସ୍ୱାଇଁ ।

ସେ ଗଲା ଦୁଇ ବର୍ଷ ତଳେ ସୋରିଶବିଲି ଗ୍ରାମର ଧାରୀନ୍ଦ୍ର ସ୍ୱାଇଁଙ୍କୁ ବିବାହ କରିଥିଲେ । ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ହତ୍ୟା କରିଥିବା କହିଛନ୍ତି ଝିଅର ପରିବାର ଲୋକେ । ଖବର ପାଇ ଝିଅ ଘର ପରିବାର ଲୋକେ ଆସି ସୋରଡ଼ା ଥାନାରେ ଏତଲା ଦେବାପରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି । ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: