ଦୁଇ ପୁଅଙ୍କ ସହ କରୁଥିଲେ ଡେଟିଂ, ଦ୍ୱିତୀୟ ପ୍ରେମିକ ସହ ପଳାୟନ ବେଳେ ଫସିଲେ ଛାତ୍ରୀ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୧-୧୨): ପ୍ରଥମ ପ୍ରେମିକ ବେକାର ଥିବାରୁ ଦ୍ୱିତୀୟ ପ୍ରେମିକ ସହ ଯୋଡି ହୋଇଗଲେ ଦଶମ ଶ୍ରେଣୀ ଝିଅ । ଏଭଳି ଘଟଣା ଘଟିଛି ପୁରୀ ସହରରେ,ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ତାର ପ୍ରଥମ ପ୍ରେମିକ ପ୍ରେମର ସନ୍ତକ ଭାବେ ଏକ ମୋବାଇଲ ଫୋନ୍‌ ଉପହାରରେ ଦେଇଥିଲା । ମାତ୍ର ମୋବାଇଲ ଫୋନରେ ଦୁଇଟି ସିମ୍‌ କାର୍ଡ଼ ବ୍ୟବହାର କରି ପ୍ରେମିକ ଭାବେ ନାବାଳିକା ଦୁଇ ଜଣଙ୍କ ସହ ବର୍ତ୍ତାଳାପ କରୁଥିଲେ ।

ଦୁଇ ମାସ ଧରି ପ୍ରଥମ ପ୍ରେମିକକୁ ଛାଡି ଦ୍ୱିତୀୟ ପ୍ରେମିକ ସହ ବାର୍ତ୍ତାଳାପ ଜାରି ରଖିଥିବା ବେଳେ ନିଜ ପରିବାର ହାତରେ ଧରାପଡ଼ିଯିବା ପରେ ସେ ଦ୍ୱିତୀୟ ପ୍ରେମିକ ସହ ମୁମ୍ବାଇ ଚାଲିଯିବାକୁ ବାହାରିଥିଲେ । କିନ୍ତୁ ଠିକ୍‌ ସମୟରେ ତାଙ୍କୁ ପୁରୀ ରେଳ ଷ୍ଟେସନରେ ଦେଖି ତାଙ୍କ ପରିବାର ଓ ଆର୍‌.ପି.ଏଫ୍‌. କର୍ମୀମାନେ ଅଟକାଇଦେଲେ । ଆର.ପି.ଏଫ୍‌ଙ୍କ କହିବା ଅନୁଯାୟୀ ଗୋଟିଏ ଫୋନରେ ସେ ଦୁଇଟି ସିମ୍‌ କାର୍ଡ ବ୍ୟବହାର କରି ଜଣ ପ୍ରେମିକଙ୍କୁ ସମୟ ଦେଉଥିଲେ । ଫଳରେ ନାବାଳିକା ଜଣଙ୍କ ମାନସିକ ଚାପରେ ରହୁଥିଲେ । ମାତ୍ର ତାଙ୍କ ପାଖରେ ମୋବାଇଲ ଅଛି ବୋଲି ତାଙ୍କ ପରିବାର ସଦସ୍ୟ ଜାଣିନଥିଲେ । ରାତି ଅଧରେ ମୋବାଇଲ ଫୋନ୍ ରିଙ୍ଗ ହେବାରୁ ଏହି ରହସ୍ୟ ଖୋଲିଯାଇଥିଲା । ପରିବାର ଲୋକଙ୍କ ଗାଳି ଓ ତାଗିଦ୍‌ ସହି ନ ପାରି ସେ ଭୋରରୁ ଘରୁ ଲୁଚି ଫେରାର୍ ହୋଇଯାଉଥିବା ବେଳେ ପୁରୀ ରେଳ ଷ୍ଟେସନରେ ଧରାପଡ଼ିଥିଲେ ।

ନାବାଳିକାଙ୍କ ୪୫ ବର୍ଷୀୟ ବାପାଙ୍କ କହିବା ଅନୁସାରେ ଝିଅଟି ପାଖରେ ମୋବାଇଲ ଫୋନ୍‌ ଥିବା ପରିବାର ଲୋକେ ଜାଣି ନ ଥିଲୁ । ‘‘ସେ ମୋବାଇଲ୍‌ ଫୋନଟିକୁ ଅତି ସାବଧାନତାର ସହ ବ୍ୟବହାର କରୁଥିଲା । ରୁମରେ କବାଟ ଦେଇ ପାଠ ପଢୁଛି ବୋଲି ଆମେ ଭାବୁଥିଲୁ, ହେଲେ ସେ ମୋବାଇଲରେ ଯୁବକମାନଙ୍କ ସହ କଥା ହେଉଥିଲା । ସେ ସବୁ ଦିନ ସାଇଲେଣ୍ଟ ବା ଭାଇବ୍ରେସନ ମୋଡରେ ଫୋନକୁ ରଖି କଥା ହେଉଥିବା ବେଳେ ଶନିବାର ମଧ୍ୟ ରାତ୍ରିରେ ତାହା କରି ନ ଥିବାରୁ ଫୋନଟି ରିଙ୍ଗ୍‌ ହୋଇଥିଲା । ଝିଅ ପାଖରେ ଏହି ମୋବାଇଲ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ତା’ ବାପା ଓ ମା’ ତାକୁ ଗାଳି କରି ତାଗିଦ କରିଥିଲେ । ସେହି ତାଗିଦକୁ ସହ୍ୟ କରି ନ ପାରି ସେ ଘର ଛାଡ଼ି ପଳେଇବାକୁ ବାହାରିଥିଲା । ମହାରାଷ୍ଟ୍ରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ବାଲେଶ୍ୱରର ଜଣେ ଯୁବକ ସହ ଦୁଇ ମାସ ତଳେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ହୋଇଥିଲା ଓ ଏହା ପ୍ରେମ ଦିଗକୁ ଗତି କରିଥିଲା । ପ୍ରଥମ ପ୍ରେମିକ ବେକାର ଥିବାରୁ ତାକୁ ଧୀରେ ଧୀରେ ଦୂରେଇ ଦ୍ୱିତୀୟ ପ୍ରେମିକ ସହ ସେ ଯୋଡ଼ିହୋଇ ଯାଇଥିଲି ।

ପୁରୀ ଆର୍‌.ପି.ଏଫ. ଥାନା ଅଧିକାରୀ ଅନିଲ ସିଂ କହିଛନ୍ତି ଯେ ‘‘ତାଙ୍କ ଦ୍ୱିତୀୟ ପ୍ରେମିକ ରିଜର୍ଭେସନ ଟିକେଟ କରି ନାବାଳିକାଙ୍କ ମୋବଇଲ ଫୋନକୁ ପଠାଇଥିଲା । ନାବାଳିକା ଜଣକ ପୁରୀ ରେଳ ଷ୍ଟେସନରେ ସକାଳ ୧୦ଟା ବେଳେ ନନ୍ଦନକାନନ ଏକ୍ସପ୍ରେସରେ ଭୁବନେଶ୍ୱର ଯାଇ ସେଠାରୁ କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଚାଲିଯିବାକୁ ସେ ପ୍ରସ୍ତୁତ ହୋଇଥିଲେ । ସକାଳ ୮ଟାରୁ ନାବାଳିକା ଝିଅଟି ଷ୍ଟେସନରେ ଏକା ବୁଲୁଥିବାର ଦେଖି ଆର.ପି.ଏଫ. ଟିମ୍ ଥାନାକୁ ଖବର ଦେବାରୁ ତାଙ୍କୁ ଧରିବା ସମ୍ଭବ ହୋଇଥିଲା,’’ ।

ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଚାହିଁଲେ ସୁଦ୍ଧା ନାବାଳିକା ଘରକୁ ଯିବେ ନାହିଁ ବୋଲି କହିବା ପରେ ତାଙ୍କୁ ଚାଇଲ୍ଡ ଲାଇନ୍ ସେଲ ର ହୋମରେ ରଖାଯାଇଥିଲା । ତା’ ପରେ ନାବାଳିକା ନିଜ ଭୁଲ ବୁଝିପାରିବା ପରେ କାଗଜପତ୍ର କାର୍ଯ୍ୟ ସାରି ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

Welcome to Odisha News24

error: Content is protected !!
%d bloggers like this: