ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା ଘାଟ ଶୂନଶାନ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
କନ୍ଧମାଳ (୨୪/୦୪): ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ରାଜ୍ୟସରକାର ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିବା ପରେ ଆଜି କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ଦୋକାନ ବଜାର ସବୁ ବନ୍ଦ ରହିଛି l ପୋଲିସ ସହରରେ ପଇଁତରା ମାରିବା ସହ ବିଭିନ୍ନ ଛକରେ ଯିବା ଆସିବା ଲୋକଙ୍କୁ ଯାଂଚ୍ କରୁଛି |

କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳସମ୍ପୂର୍ଣ ବନ୍ଦ ରହିଛି | ଫୁଲବାଣୀ ସହରରେ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ସହ ୪ ରୁ ୫ ଜଣ ଅଫିସର ନିୟୋଜିତ କରାଯାଇଛି | ବାହାରୁ ଆସୁଥିବା ଲୋକ ମାନଙ୍କୁ ଫେରେଇ ଦିଆ ଯାଉଛି | କନ୍ଧମାଳ ଜିଲ୍ଲାର ୯ଟି ସ୍ଥାନରେ ଥିବା ପ୍ରବେଶ ପଥରେ ନାକା କରାଯାଇଛି | ଜିଲ୍ଲା ବାହାରୁ ଆସୁଥିବା ଲୋକ ମାନଙ୍କର ଦୁଇଦିନ ଭିତରେ ଥିବା କଭିଟ୍ ରିପୋର୍ଟକୁ ଯାଞ୍ଚ କରାଯାଉଛି | ଯଦି ପାଖରେ ରିପୋର୍ଟ ନ ଥାଏ ତାହାଲେ TMC ସେଣ୍ଟରରେ କ୍ୱାରେନ୍ ଟାଇନ୍ ରଖାଯିବାର ବ୍ୟବସ୍ଥା କରାଯାଇଛି | ସଟଡାଉନ ବେଳେ ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଛନ୍ତି ଫୁଲବାଣୀ ପୋଲିସ | ସେହିପରି ଜିଲ୍ଲାର ବାଲିଗୁଡା ,ଜିଉଦୟଗିରୀ ଆଦି ବିଭିନ୍ନ ଅଞ୍ଚଳରେ ସଟ ଡାଉନ ଯୋଗୁଁ ଦୋକାନବଜାର ଓ ଗାଡି ମଟ ର ଚଳାଚଳ ବନ୍ଦ ରହିଛି । ବିଭିନ୍ନ ଛକ ସ୍ଥାନରେ ପୋଲିସ ଗାଡି ମଟରରେ ଯିବାଆସିବା କରୁଥିବା ଲୋକ ଙ୍କୁ ଅଟକାଇ ଯାଞ୍ଚ କରୁଛି ।

Welcome to Odisha News24

error: Content is protected !!
%d bloggers like this: