ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ବିଦ୍ୟାଳୟ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୦୮/୦୧): ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ସ୍କୁଲ । ବୈପାରୀଗୁଡା ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବା ପରେ ଛାତ୍ର ଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି l

ଅଭିଭାବକଙ୍କ ଲିଖିତ ଅନୁମତିରେ ପିଲାଙ୍କୁ ସ୍କୁଲ ଭିତରୁକୁ ପ୍ରବେଶ କରାଯାଇଛି l ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଶୋଚାଳୟ ପ୍ରସ୍ତୁତ ରଖାଯାଇଥିବାବେଳେ ପୁରା ସ୍କୁଲକୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରି ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସାନିଟାଈଜ କରାଯାଇ ଶ୍ରେଣୀ ଭିତରକୁ ଛଡାଯାଉଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି । ବୈପାରୀଗୁଡା ବ୍ଲକର ଆଦର୍ଶ ବିଦ୍ୟାଳୟ ସହ 15ଟି ହାଇସ୍କୁଲ ଖୋଲା ଯାଇଥିବାବେଳେ ବାଲିଗାଁ, ଗୁପ୍ତେଶ୍ୱର ଓ ଗୁମ୍ମା ଏସଏସଡି ହାଇସ୍କୁଲ ମଧ୍ୟ ଖୋଲା ଯାଇଥିବା ସୂଚନା ମିଳିଛି l

Welcome to Odisha News24

error: Content is protected !!
%d bloggers like this: