ଦୀର୍ଘ ୧୦ ବର୍ଷ ଧରି ଏ.ଏନ.ଏମ୍ ବଦଳରେ ସ୍ୱାମୀ କରୁଛନ୍ତି ଡିୟୁଟି; କୋମଳମତି ଶିଶୁଙ୍କ ଜୀବନ ପ୍ରତି ଖେଳୁଛନ୍ତି କି ଖେଳ?

ରିପୋର୍ଟ: ରାକେଶ ମହାରଣା //
                                    ହାତଗୁଞ୍ଜା ନେଇ ମେଡିକାଲ ଅଫିସର ଚୁପ
କୋଦଳା (୨୬/୦୫): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାହାଡ ସେକ୍ଟର ରେ କାର୍ଯ୍ୟରତ ଏ ଏନ ଏମ୍ କୁମୁଦିନୀ ଶତପଥୀ ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ କୋଣସି କାର୍ଯ୍ୟରେ ଯୋଗ ଦେଇପାରୁନାହାନ୍ତି ଯାହାଫଳରେ କି ନିଜ ସ୍ୱାମୀ ଅଜିତ କୁମାର ଦାସ କାର୍ଯ୍ୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗରେ ଏତେବଡ଼ ଗୁରୁତ୍ୱ ପୁର୍ଣ କାର୍ଯ୍ୟ କିଭଳି ସେ କରୁଛନ୍ତି ତାହା ପ୍ରଥମତଃ ପ୍ରଶ୍ନବାଚୀ?

ଏ ଏନ ଏମ୍ ମାନଙ୍କ କାର୍ୟ୍ଯ ଯଥା ମା ମାନଙ୍କର ଗର୍ଭ ଧାରଣ ଠାରୁ ଆରମ୍ଭ କରି ଶିଶୁ ଜନ୍ମ ଓ ଶିଶୁକୁ ୩ ବର୍ଷ ପର୍ଯ୍ୟନ୍ତ ଟୀକାକରଣ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସବୁ ରହିଛି। କିନ୍ତୁ ତାଙ୍କ ବଦଳରେ ତାଙ୍କ ସ୍ବାମୀ ଏହି ସବୁ କାର୍ଯ୍ୟ କରୁଛନ୍ତି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଏହି କି ଯେ ଦୀର୍ଘ ୧୦ ବର୍ଷ ହେଲା ଏଭଳି ଚାଲି ଆସୁଛି କିନ୍ତୁ କାହିଁକି ମେଡିକାଲ ଅଫିସର ମାନେ ନିରବ? ଏନେଇ ଆମ ପ୍ରତିନିଧି ସୁମୁଣ୍ଡଳ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ଃ ରାଜେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ କି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ସୁଜିତ ବେହେରାଙ୍କୁ ମୋ ଚାର୍ଜ ଦେଇଦେଇଛି।କିନ୍ତୁ ଡକ୍ଟର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଏ ବିଷୟରେ ମୁଁ ଶୁଣିଛି କଣ ହୋଇଛି ଦେଖିବା, ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କି ଜଣେ ଏ ଏନ ଏମ୍ ଙ୍କ ସ୍ୱାମୀ ଦୀର୍ଘ ୧୦ ବର୍ଷ ହେଲା ଏହି କାର୍ଯ୍ୟ କରି ଆସୁଛନ୍ତି ତଥାପି କେହି ଅଫିସର କିଭଳି ଜାଣୁନାହାନ୍ତି ନା ଜାଣିକି କିଛି ହାତଗୁଞ୍ଜା ନେଇକି ଅଜଣା ହେଉଛନ୍ତି। ତାଙ୍କ ସ୍ୱାମୀଙ୍କୁ ପଚାରିବାରୁ ସେ ସଫେଇ ଦେଇଛନ୍ତି କି ଯେ ମୋ ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ହେତୁ ସି.ଡ଼ି.ଏମ୍.ଓ ଠାରୁ ଅନୁମତି ଆଣିଛି,ଏହି କାର୍ଯ୍ୟ ଆଜିକୁ ୧୦ ବର୍ଷ ହେଲା କରି ଆସୁଛି। ଏହା ବଡ଼ ଆଶଜ୍ୟ ଅଭିଜ୍ଞ ନଥିବା ଯଥା ଛୋଟ ଛୁଆ ମାନଙ୍କ ସହ ଜୀବନ ମୃତ୍ୟ ର ଖେଳ ଖେଳିବାର ଅନୁମତି କିଭଳି ପ୍ରଦାନ କରିଛନ୍ତି ସିଡ଼ି ଏମ୍ ଓ ତାହା ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି! ନାଁ ସାମ୍ବାଦିକ ମାନେ ପଚାରିବାରୁ ନିଜକୁ ବଞ୍ଚlଇବାକୁ ଏହିଭଳି ମନ୍ତବ୍ୟ ଦେଲେ,ସ୍ଥାନୀୟ ବାସିନ୍ଦା ଓ ଆଶା ମାନଙ୍କ କହିବା ମୁତାବକ ସେମାନେ କେବିବି ଉକ୍ତ ଏ.ଏନ.ଏମ୍ ଶତପଥୀଙ୍କୁ ଦେଖିନାହାନ୍ତି। ତାହା ହେଲେ ମାସକୁ ମାସ ଦରମା କେଉଁ ଭଳି ଭାବେ ଆସୁଛି ଏବଂ କାହା ନାମରେ ଅଶୁଚି! ସେକ୍ଟର ମିଟିଂ ରେ ଦସ୍ତଖତ କିଏ କରୁଛି? ଇତ୍ୟାଦି ଇତ୍ୟାଦି ପ୍ରଶ୍ନ? ସବୁ ଉଙ୍କି ମାରୁଛି। ଆଗାମୀ ଦିନରେ ଏଥିପ୍ରତି କେଉଁଭଳି ପଦକ୍ଷେପ ଗ୍ରହଣ କରାଯାଉଛି ଓ ଏଥିସହ ଜିଲ୍ଲା ପ୍ରଶାସନ ସମେତ ମେଡିକାଲ ଅଫିସର କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି ପାଇଥିବା ଦରମା ଫେରସ୍ତ କରିବା ସହ ଅଜିତ ଙ୍କ ଉପରେ ଆଇନ ଗତ କାର୍ଯାନୁଷ୍ଠାନ ନେବେ କି ତାହା ଦେଖିବାକୁ ବାକି ରହିଲା।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: