ସାଧାରଣ ଜନତାଙ୍କ ସ୍ୱର

ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

ୱେବ ରିପୋର୍ଟର : ଜଗଦୀଶ ଦାସ //
ଟିକାବାଲି (୧୧/୦୨): କନ୍ଧମାଳ ଜିଲା ଅନ୍ତର୍ଗତ ଟିକାବାଲି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।b8e33c14 6125 4679 8ff5 eca85e1670e5

ମୁଖ୍ୟ ଅତିଥି ଭାବେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୂଚିତ୍ରା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜଳନ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ଅନ୍ୟତମ ଅତିଥି ଭାବେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଚିକିତ୍ସାଧିକାରୀ ଡ.ଜ୍ୟୋତିରଞ୍ଜନ ଜେନା, ଜିଲା ଭେକ୍ଟର ଜନିତ ରୋଗ ପରାମର୍ଶଦାତା ଡ.କୁମୁଦ ଚନ୍ଦ୍ର ସାହୁ,ତହସିଲଦାର ବିଶିକେସନ ପ୍ରଧାନ,ଅତିରିକ୍ତ ତହସିଲଦାର ସି.ଏଚ୍.ନାୟକ,ଉପାଧ୍ୟକ୍ଷ ତରୁଣ ଅମାତ,ସିଡିପିଓ ପାନମଣୀ ହାଁସଦା,ବିଧାୟକ ପ୍ରତିନିଧି ତନୁଜ ଭୋଇ,ସରପଞ୍ଚ ଅକ୍ଷଲତା କହଁର ମଞ୍ଚାସିନ ଥିଲେ।ମସାରୀ ବ୍ୟବହାର ଫଳରେ ମ୍ୟାଲେରିଆ,ଡେଙ୍ଗୁ ପରି ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତ ହୋଇପାରିବା ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ମୋଟ ୩୦୮୨୭ ଖଣ୍ଡ ମସାରୀ ବଣ୍ଟନ କରାଯିଭ।ସେଥିମଧ୍ୟରୁ ଡବଲ ସାଇଜ ୨୦୮୩୮ଖଣ୍ଡ, ସିଙ୍ଗଲ ସାଇଜ ୪୬୨୪ଖଣ୍ଡ ଏବଂ ଫେମିଲି ସାଇଜ ୬୧୬୫ଖଣ୍ଡ ମୋଟ ୩୦୮୨୭ଖଣ୍ଡ ମଶାରି ରହିଥିବା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜେନା ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ଅଙ୍ଗନଓ୍ବାଡି କର୍ମୀ ଏବଂ ଆଶା କର୍ମି ମାନେ ସହଯୋଗ କରିଥିଲେ।

Welcome to Odisha News24

%d bloggers like this: