ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୩/୦୩): ଦିନ ଦ୍ଵି-ପହରରେ ଚୋରି। ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଲେ ଚୋର।ଏକ କାଳୀନ ଆଖ ପାଖରେ ଥିବା ଦୁଇଟି ଘରେ ପଶି ସୁନା ଗହଣା, ନଗଦ ଟଙ୍କା ଲୁଟିନେଲେ। ୧୯ ମିନିଟରେ ସଫା କରିଦେଲେ ଘରକୁ।ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ଆଶ୍ରିବାଦ କଲୋନୀରେ ।
ଆଶ୍ରିବାଦ କଲୋନୀରେ ରହୁଥିବା ଠିକାଦାର ବିବେକ ଚୌଧୁରୀ ଓ ତାଙ୍କ ଘରେ ଭଡାରେ ରହୁଥିବା ଆଉ ଜଣେ ଠିକାଦାର ଭାରତୀ ଭୂଷଣ ସାହୁଙ୍କ ପରିବାର ଲୋକ ଘରେ ଅନୁପସ୍ଥିତ ଥିବା ସମୟରେ ଏହାର ସୁଯୋଗ ନେଇ ଚୋର ଘର ତାଲା ଭାଙ୍ଗି ଦୁଇଟି ଯାକ ଘରେ ପଶିଥିଲେ ଚୋର। ଘରେ ପଶି ଲୁହା ଆଲମୀରା,କୋବୋର୍ଡ ଭାଙ୍ଗି ପାଟ ଶାଢ଼ୀ,ସୁନା ଅଳଙ୍କାର ସହ ନଗଦ ୫ ହଜାର ଟଙ୍କା ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ଜିନିଷ ଭାରତୀ ଭୂଷଣଙ୍କ ଘରୁ ଚୋରି ହୋଇଥିବା ବେଳେ ଘର ମାଲିକ ବିବେକ ଚୌଧୁରୀଙ୍କ ଘରେ ମଧ୍ୟ ଅନୁରୂପ ଚୋରି ହୋଇଛି କିନ୍ତୁ ବିବେକ ଚୌଧୁରୀ ମେଡ଼ିକାଲ କାମରେ ଭୁବନେଶ୍ୱର ଯାଇ ଫେରୁଛନ୍ତି ସେ ଆସିବା ପରେ କଣ କଣ ଚୋରି ହୋଇଛି ତାହା ଜଣାପଡିବ। ବିବେକ ଚୌଧୁରୀଙ୍କ ଘରେ ଚୋରି ହେବା ଘଟଣାର ଦୃଶ୍ୟ ଘରେ ଏବଂ ବାହାରେ ଲାଗିଥିବା ସି ସି ଟିଭି ରେ କୋଏଦ ହୋଇଛି। ଏହି ଚୋରି ଘଟଣାରେ ଦୁଇ ଜଣ ଲୋକ ସମ୍ପୃକ୍ତ ଥିବା ଜଣାପଡୁଛି। ନବରଙ୍ଗପୁର ପୋଲିସ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।