ଦାରିଙ୍ଗବାଡିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କନ୍ଧମାଳ ସାଂସଦ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୧/୧୨): କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଚାରି ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ର ଗସ୍ତର ଆଜି ଚତୁର୍ଥ ଦିନ l ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଏହି ଅବସରରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଂବାଡ଼ି ବ୍ଲକରେ ମାରାଥନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି l

ଦାରିଂବାଡ଼ି ଚାରିଛକ ନିକଟରେ ଡାକ ବିଭାଗ ର ନିଜସ୍ୱ ନୂତନ ଉପ-ଡାକଘର ର ଶୁଭ ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଓଡିଶା ସର୍କଲ ର ଜଳେଶ୍ୱର କହ୍ନର, ପୋଷ୍ଟାଲ ସର୍ଭିସ ବୋର୍ଡ ର ମେମ୍ବର ଡ଼ ସନ୍ତୋଷ କୁମାର କମିଲା ସମେତ ଡାକ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଦୀର୍ଘ ଦିନ ହେବ ଦାରିଂବାଡ଼ି ର ଉପ ଡାକଘର କାର୍ଯ୍ୟାଳୟ ଟି ଭଡା ଘରେ ଚାଲୁଥିବା ବେଳେ ବହୁ ଦିନ ଓ ପ୍ରଚେଷ୍ଟା ପରେ ଆଜି ଶୁଭ ଉଦଘାଟନ ହୋଇ ପାରି ଥିବାରୁ ଡାକ ବିଭାଗ ର ଉପସ୍ଥିତ ଅଧିକାରୀ, ଅଂଚଳ ବାସି ଓ ବିଧାୟକ ଡ଼ ଅଚ୍ୟୁତ ସାମନ୍ତ ଙ୍କୁ ଭରପୁର କୃତଜ୍ଞତା ଜଣାଇଥିଲେ l ହାର୍ଟ ଅଫ ସିଟି ଦାରିଂବାଡ଼ି ରେ ନୂତନ କାର୍ଯ୍ୟଳୟ ର କାର୍ଯ୍ୟକ୍ଷମ ନେଇ ଜନସାଧାରଣ ଉପକୃତ ହେବା ସହ ସମସ୍ତ ସେବା ର ସୁବିଧା ସୁଯୋଗ ଉପଲବ୍ଧ କରି ପାରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ l ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଡାକ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲା ର ପର୍ଯ୍ୟଟନ କୁ ନେଇ ପ୍ରସ୍ତୁତ କୋଭର ପେଜ କୁ ଉନ୍ନଚନ କରିଛନ୍ତି ସାଂସଦ ଡ଼ ଅଚ୍ୟୁତ ସାମନ୍ତ lସେହିପରି ମାର୍କେଟ କଂପ୍ଲେକ୍ସ, ଆଞ୍ଚଳିକ ବିକାଶ ପରିଷଦ କାର୍ଯ୍ୟଳୟ, ଭମରବାଡ଼ି ରେ ଅଙ୍ଗନବାଡି ଗୃହ, ଦୋକାନ ଗୃହ, ପ୍ଲିହେରୀ ମାର୍କେଟ କଂପ୍ଲେକ୍ସ ସହ ସ୍କୁଲ ପରିଦର୍ଶନ କରିଥିଲେ |ପରେ ଫିରିଙ୍ଗିଆ ଓ ଫୁଲବାଣୀ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ କନ୍ଧମାଳ ସାଂସଦ |

Welcome to Odisha News24

error: Content is protected !!
%d bloggers like this: