ପଦ୍ମପୁର : ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର(୦୯/୧୨): ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପି.ଇ.ଓ ଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମର ଚଢାଉ ।
ପି.ଇ.ଓ ପୁରନ୍ଦର ଭୋଇଙ୍କ ନିଜସ୍ୱ ବାସ ଭବନ ସହିତ ପଦ୍ମପୁରରେ ଥିବା ଆଉ ଏକ ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ । ପି.ଇ.ଓ ପୁରନ୍ଦର ଭୋଇଙ୍କ ନାମରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଚଢଉ କରିଥିବା ସହ ବର୍ତ୍ତମାନ କାଗଜ ପତ୍ର ଏବଂ ଘର, ଜମି ବାଡି ଭେଲ୍ୟୁଏସନ ଜାରି ରହିଥିବାର ସୁଚନା ଦେଇଛନ୍ତି ବରଗଡ ଭିଜିଲାନ୍ସ ଡି.ଏସ.ପି ଶ୍ରୀମାନ ପରମେଶ୍ୱର କିଶାନ । ପି.ଇ. ଓ ଙ୍କ ଘର ସହ ମୋଟ ଦୁଇଟି ଜାଗାରେ ଚଢାଉ କରାଯାଇଥିବାର ସୂଚନା ରହିଛି l