ଥୁଆମୂଳ ରାମପୁର ଓ କାଶୀପୁର ବ୍ଲକରେ “ଉନ୍ନତ” କାର୍ଯ୍ୟାଳୟର ଶୁଭାରମ୍ଭ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୪/୦୧): ଉତ୍କଳ ଆଲୁମିନା ଇଣ୍ଡ୍ରଷ୍ଟ୍ରିଜ ଲିମିଟେଡ଼ (ୟୁ ଆଇଏଲ )ଏବଂ ବିଆରଏଲଏଫ (ଭାରତ ୠରାଲ ଲାଇଭଲିହୁଡ ଫାଉଣ୍ଡେଶନ)ର ମିଳିତ ଜୀବିକା ଉପାର୍ଜନ ପ୍ରୟାଶ, ଉନ୍ନତ ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ନିଜର ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିବା ସହିତ ତାହାର ପ୍ରଥମ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।

ସ୍ବେଛାସେବୀ ସଂଗଠନ, ଜନସାହାଯ୍ୟ, ଥୁଆମୂଳ ରାମପୁରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାବେଳେ ସିୱାଇଏସଡିକୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ସିଏସଓ ସହଭାଗୀ ଭାବରେ ପ୍ରକଳ୍ପ ଦାୟିତ୍ୱ ନ୍ୟସ୍ଥ କରାଯାଇଛି. ପୃଥକ ପୃଥକ କାର୍ଯ୍ୟକ୍ରମରେ ଉଭୟ ପ୍ରକଳ୍ପ କାର୍ଯ୍ୟଳୟକୁ ୟୁଆଇଏଲ, ବିଆରଏଲଏଫ,ବ୍ଲକ ପ୍ରସାଶନ,ସିଏସଓ,ସହଭାଗୀ ଏବଂ ଗ୍ରାମବାସୀ ପ୍ରତିନଧି ମାନଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି। ଥୁଆମୂଳ ରାମପୁରରେ ଉର୍ଣ୍ଣତ ପ୍ରକଳ୍ପ କାର୍ଯ୍ୟାଳୟକୁ ମାଇନ୍ସ ଅପରେଶନ ହେଡ଼ ଶ୍ରୀ ମୁକେଶ ଝା ଉଦ୍ଘାଟନ କରିଥିବାବେଳେ କାଶୀପୁର ବ୍ଲକରେ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲ୍ ର ୟୁନିଟ ହେଡ଼ ଶ୍ରୀ ମଜହରୁଲ୍ଲା ବେଗ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥୁଆମୁଳ ରାମପୁର ବ୍ଲକର ବିଡ଼ିଓ ଶ୍ରୀ କିଷାନ ମିଶ୍ର ଏବଂ ବିଆରଏଲଏଫ୍ ର ସିଓଓ ଶ୍ରୀ କୁଲଦୀପ ସିଂ ଉପସ୍ଥିତ ଥିଲେ।ଏହି ଅବସରରେ ୟୁନିଟ ହେଡ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ଏଭଳି ଏକ କାର୍ଯ୍ୟକ୍ରମକୁ ରାଜ୍ୟ ଓ ଜାତିୟ ସ୍ଥରରେ କୃଷି ରୂପାନ୍ତକରଣର ଏକ ମଡେଲ କାର୍ଯ୍ୟକ୍ରମ ଭାବେ ଆଗେଇ ନେବାକୁ ଉନ୍ନତ,, ଗ୍ରୁପକୁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରକଳ୍ପକୁ ସୁଫଳ ମିଳିବାନେଇ ଥୁଆମୂଳ ରାମପୁର ବିଡ଼ିଓ ଶ୍ରୀ ନିଶାନ ମିଶ୍ର ଆଶା ପୋଷଣକରିବା ସହିତ ତାଙ୍କ ତରଫରୁ ସମସ୍ଥ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ କୁଲଦୀପ ସିଂ ପ୍ରକଳ୍ପର ସମସ୍ତ କ୍ଷେତ୍ର ସମ୍ପର୍କରେ ବାକ୍ଷାକରିଥିଲେ। କାର୍ଯ୍ୟକ୍ରମକୁ ୟୁଏ ଆଇଏଲର ସିଆର ଓ ଶସଷ୍ଠେନବିଲ୍ଟି ଜିଏମ ଡଃ ଲୋପାମୁଦ୍ରା ପ୍ରିୟଦର୍ଶନୀ,ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: