ତୈଲଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପେଟ୍ରୋଲ ପମ୍ପ ଗୁଡିକରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା , (୧୧/୬) : ତୈଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ବିନିକା ବ୍ଲକ ଓ ଏନଏସି ର କଂଗ୍ରେସ ଦଳ ପକ୍ଷରୁ ଓ ପେଟ୍ରୋଲ ପମ୍ପ ଗୁଡିକରେ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି ।

ପେଟ୍ରୋଲ , ଡିଜେଲ ର ଆକାଶ ଛୁଆଁ ଦର ବୃଦ୍ଧି ପାଉଛି ତା ସହିତ ରନ୍ଧନ ଗ୍ୟାସ ର ମଧ୍ୟ ଦର ବୃଦ୍ଧି ପାଉଛି । ଯାହା ଫଳରେ ବିଶେଷ ଭାବରେ ଜନସାଧାରଣ କ୍ଷତିଗ୍ରସ୍ଥ ହେଉଛନ୍ତି । ଏହାର ପ୍ରତିବାଦ କରି ଦଳୀୟ କର୍ମୀମାନେ ବିନିକା ସହରରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ କେଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଓ ପେଟ୍ରୋଲ , ଡିଜେଲ ଦର ତୁରନ୍ତ ହ୍ରାସ କରିବାକୁ ଦାବୀ କରିଥିଲେ । ଏଥିରେ ନଗର କଂଗ୍ରେସ ସଭାପତି ସୁରେନ୍ଦ୍ର ନାଏକ , ଶିବ ପ୍ରସାଦ ଖମାରୀ , ପ୍ରଦୀପ ସେଠୀ , ବିଜୟ ଭୋଇ , ନରେଦ୍ର ପଣ୍ଡା , ରାଘବ ଦାସ ,ନରେନ୍ଦ୍ର ସାହୁ , ସୁଧାଂଶୁ ପଣ୍ଡା ,ଗୋବିନ୍ଦା ଝାଙ୍କର ପ୍ରମୁଖ ସାମିଲ ହୋଇଥିଲେ ।

Welcome to Odisha News24

error: Content is protected !!
%d bloggers like this: