ତାଳାପଦର ବିଜୁ ସେତୁ ପୋଲ ଭୁଶୁଡ଼ିବା ଘଟଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୭/୦୧): ଗତ ୧୦ ତାରିଖ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ନେଇ ଏସଡିପିଓ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି । ଏହି ପୋଲ ଭୁଶୁଡିବା ଘଟଣାରେ ଜଣେ ମୃତ୍ୟ ବରଣ କରିଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ରାୟଗଡ଼ା ଟିକିରି ରୁ ତାଙ୍କ ଏକ ସମ୍ପର୍କୀୟ ଘରୁ ଗିରଫ କରିଛି ଉମରକୋଟ ପୋଲିସ । ସୂଚନାଯୋଗ୍ୟ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ୩ ଜଣ ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଅସିତ କୁମାର ପାତ୍ର , କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ କୁମାର ବିଶ୍ବାଳଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ଦୁଇ ଯନ୍ତ୍ରୀ ଓ ଠିକାଦାର ଫେରାର ହୋଇଯାଇଥିଲେ ।ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର , ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉମରକୋଟର ଗସ୍ତ କରିବା ସହ ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ଅଭିଯୁକ୍ତ ମାନଙ୍କୁ ଖୋଜିବା ପାଇ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାରେ ପ୍ରଥମ ଅଭିଯୁକ୍ତ କୁ ଗିରଫ କରିବାରେ ନବରଙ୍ଗପୁର ପୋଲିସ ସଫଳ ହୋଇଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ଵାଳ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: