ତାମିଲନାଡୁ ଠାରେ ଦାଦନ ଶ୍ରମିକର ଫାଶୀ ଦେଇ ଆତ୍ମହତ୍ୟା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ,୦୮/୦୧): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରା ବେଢା ଗ୍ରାମ ପଞ୍ଚାୟତର ଗୁଲୁମିଗୁଡ଼ା ଗ୍ରାମର ଶ୍ରୀ ବାସନା ହୁଳୁକା ୨୦, ପିତା ସୀଙ୍ଗି ହୁଲୁକାଙ୍କ ପୁତ୍ର ତାମିଲନାଡୁ ରାଜ୍ୟ ଇରୋଡ୍ ଜିଲ୍ଲାର ମିନ କାରମ୍ପାଲୟମ ଠାରେ ଥିବା ଆର୍ମଷ୍ଟ୍ରଙ୍ଗ ସ୍ପିଣିଂ ମିଲରେ ଆଜକୁ ପାଞ୍ଚ ମାସ ହେବ ଦାଦନ ଖଟିବାକୁ ଯାଇଥିଲେ | କାଲି ରାତି ୧୨ ଘଣ୍ଟା ସମୟରେ ପାଖରେ ଥିବା ଗଛରେ ଫାଶୀ ହୋଇ ଆତ୍ମହତ୍ୟା ହୋଇଥିବା ଜଣାପଡିଛି |

ସେ ରାୟଗଡ଼ା ଜିଲ୍ଲା ବେହେରଗୁଡ଼ା ଗ୍ରାମର ଶ୍ରୀ ସୁନିଲ କୁମାର ପ୍ରଧାନ ଅଜେଣ୍ଟଙ୍କ ଦ୍ଵାରା ଦାଦନ ଯାଇଥିଲେ । ଆଜି ମୃତ ବ୍ୟକ୍ତିଙ୍କ ବାପା ଶ୍ରୀ ସିଙ୍ଗି ହୁଲୁକା, ଭାଇ ଶ୍ରୀ ଜାଙ୍ଗମା ହୁଲୁକା, ଟଙ୍କ ମେଲେକା ଓ ଲାଡୁ ହୁଲୁକା ବନ୍ଧୁଗାଁ ପୋଲିସ ଥାନାରେ ଆସି ଅଭିଯୋଗ କରିଥିଲେ। ପୋଲିସ କେସ ଦେବାକୁ ମନା କରି ତାମିଲନାଡୁ ଯାଇ କେସ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଅଭିଭାବକ ଯାଇଁ ବନ୍ଧୁଗାଁ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀ ରଜନୀ କାନ୍ତ ଦାସଙ୍କୁ ସାକ୍ଷାତ କରି ଜଣାଇବା ପରେ ସେ ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟକୁ ଫୋନ୍ କରି ଅବଗତ କରିଥିଲେ ଓ ବନ୍ଧୁଗାଁ ପୋଲିସ ଥାନାରେ ଏତଲା ଦେବାକୁ ଜଣାଇଥିଲେ । ସମସ୍ତଙ୍କ ଠାରେ ସହଯୋଗ କରିବା ପାଇଁ ଗୁହାରି କରିଥିଲେ ମଧ୍ୟ ନିରାଶ ହୋଇ ବାପା, ଭାଇ ଆଜି ମୃତ ପୁଅ ପାଖରେ ପହଞ୍ଚିବା ପାଇଁ ବାହାରିଛନ୍ତି । ଏହି ଶବକୁ ନିଜ ଘରକୁ ଆଣିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନ କିମ୍ବା ଏମ୍ ପି ,ଏମ୍ ଏଲଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ଏଜେଣ୍ଟ ଜଣକ ନେଇଥିଲେ ତାଙ୍କ ବୟାନ ଅନୁସାରେ ମୃତ ବାଳକ ଜଣକ ନବରଙ୍ଗପୁର ଜିଲ୍ଲାରୁ ସାଥିରେ ଦାଦନ ଯାଇଥିବା ଝିଅ ସହିତ ଭଲ ପାଉଥିବା ବିଷୟ ରାତ୍ରରେ ଫୋନ୍ କଲ କରିଥିବା କଲରୁ ଜାଣିବାକୁ ମିଳିଛି । ସେଠାରେ ପୋଲିସ ପହଞ୍ଚି ଶବକୁ ରଖିବା ସହିତ ଦୁଇ ଜଣଙ୍କ ମୋବାଇଲ୍ ଫୋନକୁ ଜବତ କରିଛନ୍ତି। ନିଜ ପରିବାର ଲୋକଙ୍କୁ ପୋଲିସ ଅଧିକ ତଦନ୍ତ କରି ହସ୍ତାନ୍ତର କରିବା ପାଇଁ ଅପେକ୍ଷା କରିଥିବାରୁ ଶୁଣିବାକୁ ମିଳିଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: