ତତଲାଗଡ଼ ରେ ପାନୀୟଜଳ ସମସ୍ୟା ଉତ୍କଟ ରୂପନେବା ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବୀ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୧୯-୦୨): ଅତୀତରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡରେ ୫୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ବେଶ ଚହଳ ସୃଷ୍ଟି ହୋଇଥିଲା । ଏ ନେଇ ବିଶ୍ଵ ସ୍ତରୀୟ ପ୍ରତିନିଧି ଦଳ ଆସି ଉଚ୍ଚତା ଓ ଅତ୍ୟନ୍ତ ନିମ୍ନ ସ୍ତରରେ ଜଳ ଥିବା ଯୋଗୁଁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଥିଲା । ଏ ନେଇ ସାଧାରଣ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନ ଥିବା ରୁ ପାଣି ପାଇଁ ଡହଳ, ବିକଳ ହୋଇ ଆସୁଥିବା ବେଳେ ତେଲ ନଦୀ ରୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରିବା ନେଇ ବିଶିଷ୍ଟ ରାଜନେତା ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ,ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରା ଓ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷଙ୍କ ନେତୃତ୍ୱ ରେ ଦୀର୍ଘ ଦିନ ଧରି ଧାରଣା ଦେଇଥିଲେ ।

ଏପରି କି ତୀଵ୍ର ଜନ ଅସନ୍ତୋଷ ଯୋଗୁଁ ବ୍ୟାପକ ଆନ୍ଦୋଳନ କରାଯାଇ ଥିଲା । ଉକ୍ତ ସମୟରେ ଏହି ଆନ୍ଦୋଳନ ଯୋଗୁଁ ପରେ ତେଲନଦୀ ରୁ ପାଇପ ଯୋଗେ ଜଳ ଯୋଗାଣ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ସହରରେ ଜଳଯୋଗାଣ ବ୍ୟବସ୍ଥା କରି ସୂଚାରୁ ରୂପେ ଜଳ ଯୋଗାଣ କରାଯାଉଥିଲା । ହେଲେ ଅନେକ ଘରେ ସରକାରୀ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଲୋକଙ୍କୁ ମାସକୁ ମାତ୍ର ୪ଥର ପାନୀୟଜଳ ଯୋଗାଣ କରିବା ଓ ମାସିକ ଅର୍ଥ ଆଦାୟ କରାଜିବା ସତ୍ୱେ ଏ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସାଧାରଣ ହଟହଟା ହେବା ସାର ହେଉଛି । ସେହିପରି ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାଇପ ବ୍ୟବସ୍ଥା ଥାଇ ଅଚଳ ହୋଇପଡିରହିଛି । ବାରମ୍ବାର ସାଧାରଣ ଏହି ଯୋଗାଣ କାର୍ଯ୍ୟାଳୟ କୁ ଧାଈ ନିରାଶ ହେବା ସାର ହେଉଛି । ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ମୁଖ୍ୟ ଗ୍ରହଣ କରିବା ନେଇ ଦାବି ହେଉଛି । ନଚେତ ଆଗାମୀ ଦିନରେ ତୀଵ୍ର ଅସନ୍ତୋଷ ଉଗ୍ର ରୂପ ଧାରଣ କରିବ ଏଥିରେ ସନ୍ଦେହ ନାହିଁ । ସେହିପରି ଓଡ଼ିଶା ସରକାର ଙ୍କ ଭୂତଳ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଦା ମାସ,ମାସ ତାଲା ଝୁଲିବା ଓ କର୍ମଚାରୀ ଏହି କାର୍ଯ୍ୟାଳୟ ରେ କେହି ଉପସ୍ଥିତ ନ ରହିବା ରୁ ଲୋକେ ହଇରାଣ ହେଉଥିବା ଦେଖାଯାଉଛି ।

ପ୍ରକାଶ ଯେ,ଟିଟିଲାଗଡ ସହର ର ହାଟପଦା ବଜାର ,ଘଣ୍ଟାଶୁଣି ମନ୍ଦିର,ଶିବ ମନ୍ଦିର, ଡାକ୍ତରଖାନା ସ୍ଥିତ ପାନୀୟଜଳ ଯୋଗାଣ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏହି ଜଳଯୋଗାଣ ବ୍ୟବସ୍ଥା ଥାଇ କାର୍ଯ୍ୟକ୍ଷମ ନ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ସହର ଓ ଆଖ,ପାଖ ଗ୍ରାମାଞ୍ଚଳ ର ଲୋକେ ପ୍ରତିଦିନ ଏହି କାର୍ଯ୍ୟାଳୟ କୁ ଆସି ନିରାଶ ହୋଇ ଫେରିଯାଉଥିବା ସାର ହେଉଛି । ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବା ନେଇ ସାଧାରଣ ରେ ଦୃଢ଼ ଦାବି ହେଉଛି ।

Welcome to Odisha News24

error: Content is protected !!
%d bloggers like this: