ଢେପାଗୁଡ଼ା ରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୧୩/୦୧):ଆଜି ତା ୧୩/୦୧/୨୦୨୧ରେ ଗୁଡାରୀ ବ୍ଲକ୍ ଅନ୍ତର୍ଗତ ସଉରା ପେଣ୍ଡିଲି ଗ୍ରାମ ପଞ୍ଚାୟତ ରେ ଢେପାଗୁଡ଼ା ନିୟନ୍ତ୍ରୀତ ବଜାର କମିଟୀ ପ୍ରାଙ୍ଗଣରେ ମାଣ୍ଡିଆ ମଣ୍ଡି ଉଦଘାଟନ ହୋଇଥିଲା l

ଓଡିଶା ମିରଟ ମିଶନ ପ୍ରକଳ୍ପ ପାଇଁ ସ୍ବେଷ୍ଟା ସେବୀ ଅନୁଷ୍ଠାନ ପ୍ରଭାତ ଜରିଆରେ ସ୍ଥାନୀୟ ଅଞ୍ଚଳର ଚାଷି ମାନଙ୍କ ର ମାଣ୍ଡିଆ ବିକ୍ରୟ ପାଇଁ ଚଳିତ ବର୍ଷ ଯୋଜନା ପ୍ରସ୍ତୁତ ହୋଇଛି l ଉଦ୍ ଘାଟନ ରେ ନିୟନ୍ତ୍ରୀତ ବଜାର କମିଟୀ ର ଶ୍ରୀ ଜାଳନ୍ଧ୍ର ସ୍ବାଇଁ, ଶ୍ରୀ ରବିନ୍ଦ୍ର ଦାଶ ଏବଂ ଲ୍ୟାମ୍ପ ଗୁଡ଼ାରୀର DEO କୃଷ୍ଣ ଚନ୍ଦ୍ର ବେହେରା, କାହ୍ନୁ ଚରଣ ଗୌଡ଼ ଉପସ୍ଥିତ ଥିଲେ l ପ୍ରଭାତ ସ୍ବେଚ୍ଛା ସେବୀ ପ୍ରକଳ୍ପ ସଂଯୋଜକ ଆଶିଷ କୁମାର ଦାଶ, ମାଗୁଣି ଶବର, ନିରଞ୍ଜନ ପୂଜାରୀ ସୁଦର୍ଶନ ପତିକା ଉପସ୍ଥିତ ଥିଲେ l ଏବଂ ୨୧ ଜଣ ସ୍ଥାନୀୟ ଚାଷୀ ମାଣ୍ଡିଆ ବିକ୍ରି କରିବା ପାଇଁ ଉପସ୍ଥିତ ଥିଲେ l ଶ୍ରୀ ମତୀ ମାଣିକ ପାଣି ମହିଳା ସଂଗଠନର ସଭାନେତ୍ରୀ ଢେପାଗୁଡ଼ା ମୁଖ୍ୟ ଅତିଥି ଭାବରେ ଉଦଘାଟନ କରି ଚାଷି ମାନଙ୍କୁ ଟ ୩,୨୯୫ ମୂଲ୍ୟରେ ମାଣ୍ଡିଆ ବିକ୍ରି କରିବା ପାଇଁ ସଚେତନତା କରିଥିଲେ l

Welcome to Odisha News24

error: Content is protected !!
%d bloggers like this: