ଡ୍ରେନ ର ନର୍ଦମା ପାଣି ରେ କୃତ୍ତିମ ବନ୍ୟା ପରିସ୍ଥିତି ସୃଷ୍ଟି

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
ଗୁଡାରି (୨୫/୦୪): ଗୁଡ଼ାରୀ ମୁଖ୍ୟ ରାସ୍ତାର ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି | ଦିର୍ଘଦିନ ହେଲା ଅଭିଯୋଗ ପରେ ଉପଜିଲ୍ଲାପାଳ ଗୁଣପୁର ଉକ୍ତ ସ୍ଥାନ ପରିଦର୍ଶନ କରି ତୁରନ୍ତ ଉକ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କୈାଣସି କାର୍ଯ୍ୟ ହୋଇନଥିବା ଦାବି ହେଉଛି |

ଗତକାଲି ସାମାନ୍ୟ ବର୍ଷା ଯୋଗୁଁ ଡ୍ରେନର ନର୍ଦ୍ଦମା ପଚାସଢା ପାଣି ରାସ୍ତା ଉପରେ କୁତ୍ରୀମ ବନ୍ୟା ହୋଇ ବଡକୁମୁଟି ସାହି, ବାରାଟାମ ସାହି, ଧୂବା ସାହି ଦ୍ରୁର୍ଘନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିଲା | ବର୍ତ୍ତମାନ କରୋନା ମହାମାରୀ ଦ୍ରୁତ ଗତିରେ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ପରିବେଶ ସୁରକ୍ଷାକୁ ନେଇ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି | ସରକାର ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହାର ସଦ୍ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି | ଏଣୁ ତୁରନ୍ତ ଏହାର ପଦକ୍ଷେପ ନ ନେଲେ ଆନ୍ଦୋଳନର ପନ୍ଥା ନେବା ପାଇଁ ଅଞ୍ଚଳବାସୀ ପ୍ରସ୍ତୁତି ହେବା ଜଣାପଡିଛି |

Welcome to Odisha News24

error: Content is protected !!
%d bloggers like this: