ଡିସେମ୍ବର ୧୮ ରେ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୧୭-୧୨): ସମସ୍ତ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷ ରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ।

କୋଭିଡ ମହାମାରୀ ପାଇଁ ଦୀର୍ଘ ଦିନ ଧରି ଭୁବନେଶ୍ୱର ସିଆରପି ଛକ ନିକଟସ୍ଥ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସଧାରଣଙ୍କ ପାଇଁ ବନ୍ଦ ପଡି ରହିଥିଲା । ମାତ୍ର କୋଭିଡ-୧୯କୁ ଦୃଷ୍ଟିରେ ରଖି ଡିସେମ୍ବର ୧୮ ତାରିଖ ଠାରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନରେ ଥିବା ଏହି ସଂଗ୍ରହାଳୟକୁ ସର୍ବସଧାରଣଙ୍କପାଇଁ ଖୋଲିବାକୁ ଯାଉଛି ।ସୂଚନା ଅନୁଯାୟୀ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରି କହିଛନ୍ତି ଯେ କୋଭିଡ ଗାଇଡ଼ଲାଇନ କୁ ପାଳନ କରି ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟକୁ ଭିତରକୁ ପ୍ରବେଶ କରିପାରିବେ । ଏବଂ ପ୍ରବେଶ ପୂର୍ବରୁ ମୁଖ୍ୟ ପ୍ରବେଶ ଦ୍ୱାରରେ ସେମାନଙ୍କରଶରୀରର ତାପମାତ୍ରା ସ୍କାନର ମେସିନ ଦ୍ୱାରା ଯାଞ୍ଚ କରାଯିବ ପରେ ଭିତରକୁ ପ୍ରବେଶ କରି ପାରିବେ । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ମୂଳକ ଅଟେ ବୋଲି ସେ କହିଛନ୍ତି । ଏବଂ ସଂଗ୍ରହାଳୟ ମଧ୍ୟ ରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ୧୦ ଫୁଟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିବା ସମୟରେ ସୋକେସ,ଭିଆର ହେଡସେଟ , କିମ୍ବା କୌଣସି କଳା ବସ୍ତୁ କୁ ଛୁଇଁବାକୁନିଷେଧ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୫ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷ ରୁ କମ ବୟସ ର ପିଲାମାନଙ୍କୁ ସଂଗ୍ରହାଳୟ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିନି । ଏବଂ ଏକ ସମୟରେ ୧୦ଜଣ ସଂଗ୍ରହାଳୟ ଭିତରେ ଭିତରକୁ ପ୍ରବେଶ କରିପାରିବେ ।ସେମାନଙ୍କ ମଧ୍ୟରୁ ୫ ଜଣ ମୁଖ୍ୟ ସଂଗ୍ରହାଳୟ ଓ ସେଥି ମଧ୍ୟରୁ ଜଣେ ଲେଖାଏଁ ପ୍ରତ୍ୟେକ କକ୍ଷ ମଧ୍ୟ କୁ ପ୍ରବେଶ କରିପାରିବେ । ଏହି ସଂଗ୍ରହାଳୟ ସୋମବାର ଠାରୁଶୁକ୍ରବାର ପର୍ଯ୍ୟନ୍ତ ଦିନ୧୦ ଘଟିକା ଠାରୁସନ୍ଧ୍ୟା୫:୩୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଡ଼. ଅଖିଳ ବିହାରୀ ନିର୍ଦ୍ଦେଶ ଜାରି କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: